Home ରାଜ୍ୟ‘ଭାରତର ଶକ୍ତି ଭଣ୍ଡାର-୨୦୪୭ : ସମ୍ଭାବନା ଓ ଆହ୍ୱାନ’ – ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର।

‘ଭାରତର ଶକ୍ତି ଭଣ୍ଡାର-୨୦୪୭ : ସମ୍ଭାବନା ଓ ଆହ୍ୱାନ’ – ନୂଆପଡ଼ାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର।

by Maraguda Express
0 comments
ନୂଆପଡ଼ା- ୧୧/୦୯- ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ନୂଆପଡ଼ାର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରତ୍ୟେକ ବ୍ଲକସ୍ତରୀୟ ପ୍ରତିଯୋଗିତାର ଶ୍ରେଷ୍ଠ ଦୁଇ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।‘ଭାରତର ଶକ୍ତି ଭଣ୍ଡାର-୨୦୪୭: ସମ୍ଭାବନା ଓ ଆହ୍ୱାନ’ ଶୀର୍ଷକ ଉପରେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ଅତି ଉଚ୍ଚକୋଟୀର ଥିଲା। ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ବରିଷ୍ଠ ଶିକ୍ଷୟତ୍ରୀ ଡ଼ଃ ସମ୍ବିତା ସାହୁ ଓ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମନାର ପ୍ରାଣୀ ବିଜ୍ଞାନ ଅଧ୍ୟାପକ ଅଶ୍ୱିନୀ ଓଟା ବିଚାରକ ଭାବରେ ଯୋଗଦେଇ ମୂଲ୍ୟାୟନରେ ସହଯୋଗ କରିଥିଲେ।ଏଥିରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଝଗ୍ରାହୀର ଅଷ୍ଟମ ଶ୍ରେଣୀ ଛାତ୍ର ଅସୀତ ପଣ୍ଡା ପ୍ରଥମ, ସରକାରୀ ଉଚ୍ଚ ବିଦ୍ୟାଳୟ, ଖୁଟବନଭେରାର ଦଶମ ଶ୍ରେଣୀ ଛାତ୍ର ଖିଲେଶ୍ୱର ସାହୁ ଦ୍ୱିତୀୟ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, କୋଶରାଜପୁରର ପ୍ରତ୍ୟୁଷା ସଂଜୀବନୀ ନାଏକ ତୃତୀୟ ସ୍ଥାନ ଅଧିକାର କରିଥିଲେ।କୃତି ପ୍ରତିଯୋଗୀଙ୍କୁ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାର, ଅବସରପ୍ରାପ୍ତ ଅଧକ୍ଷ ଡି ଏ ଭି ଟିଟିଲାଗଡ଼ର ଶିବପ୍ରସାଦ ବେହେରା, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସା ଓ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ପ୍ରଜ୍ଞା ପରମିତା ବିଶ୍ୱାଲ ମାନପତ୍ର ଓ ଫଳକ ପ୍ରଦାନ କରି ସମ୍ମାନିତ କରିଥିଲେ।କାର୍ଯ୍ୟକ୍ରମର ସଫଳ ରୂପାୟନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha