Home ରାଜ୍ୟକୋମନାରେ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ : ୬୦୮ ହିତାଧିକାରୀଙ୍କୁ ମିଳିଲା ବିଭିନ୍ନ ସରକାରୀ ସେବା ଓ ସହାୟତା।

କୋମନାରେ ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ : ୬୦୮ ହିତାଧିକାରୀଙ୍କୁ ମିଳିଲା ବିଭିନ୍ନ ସରକାରୀ ସେବା ଓ ସହାୟତା।

by Maraguda Express
0 comments
ନୂଆପଡ଼ା ୨୯/୭- ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ପରିସରରେ ଗତକାଲି ‘ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର’ ସଫଳତାର ସହ ଅନୁଷ୍ଠିତ ହୋଇଛି। ଶିବିରରେ ବ୍ଲକର ବିଭିନ୍ନ ପଞ୍ଚାୟତରୁ ଶହ ଶହ ଭିନ୍ନକ୍ଷମ ଭାଇ ଓ ଭଉଣୀମାନେ ଯୋଗଦେଇ ସରକାରୀ ଯୋଜନା ଅନ୍ତର୍ଗତ ବିଭିନ୍ନ ସେବା ଓ ସହାୟତା ପାଇଁ ପଞ୍ଜୀକରଣ କରିଥିଲେ।କାର୍ଯ୍ୟକ୍ରମକୁ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୟା କୁମ୍ଭାର ମୁଖ୍ୟ ଅତିଥି ଭାବେ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ଚନ୍ଦନ ଠାକୁର, ସହ-ବ୍ଲକ ଅଧ୍ୟକ୍ଷ ଜୟଦେବ ପ୍ରଧାନ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସ୍ମୃତିରେଖା ନନ୍ଦ, ଜିଲ୍ଲା ଭିନ୍ନକ୍ଷମ ସଂଘ ସମ୍ପାଦକ ଦିଲୀପ କୁମାର ଷଡ଼ଙ୍ଗୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ହିତେଶ କୁମାର ଆଡବଙ୍ଗ ଓ ଦୁଖନାଶନ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।ଶିବିରରେ ମୋଟ ୬୦୮ ଜଣ ଭିନ୍ନକ୍ଷମ ହିତାଧିକାରୀ ବିଭିନ୍ନ ସେବା ପାଇଁ ପଞ୍ଜୀକରଣ କରିଥିଲେ। ସେଥିମଧ୍ୟରୁ ୯୩ ଜଣ ଅସ୍ଥିଶଲ୍ୟ ଭିନ୍ନକ୍ଷମ (OH), ୧୨ ଜଣ ଶ୍ରବଣ ବାଧିତ (HI), ୧୪ ଜଣ ଦୃଷ୍ଟି ବାଧିତ (VI), ୨୪ ଜଣ ମାନସିକ ଅକ୍ଷମ (MR), ୧୫ ଜଣ ସିକିଲ୍ ସେଲ୍ ରୋଗୀ, ୨୫ ଜଣ ବସ୍ ପାସ୍, ୮୯ ଜଣ ରାସନ୍ କାର୍ଡ, ୧ ଜଣଙ୍କୁ ହ୍ୱିଲ୍‌ଚେୟାର, ୧ ଜଣ ବାଣୀଶ୍ରୀ ଯୋଜନା, ୩୦ ଜଣ ଆୟ ପ୍ରମାଣପତ୍ର ଏବଂ ୨୩୦ ଜଣ ଭିନ୍ନକ୍ଷମ ଭତ୍ତା/ପେନ୍ସନ୍ ପାଇଁ ଆବେଦନ କରିଥିଲେ।ସମଗ୍ର କାର୍ଯ୍ୟକ୍ରମକୁ ବିଭୁଦତ୍ତ ମିଶ୍ର ସଞ୍ଚାଳନ କରିଥିବା ବେଳେ ମେଡିକାଲ ଟିମ୍, ବିଇଓ କର୍ମଚାରୀ, ବିଆରଟି, ପିଇଓ ଏବଂ କୋମନା ବ୍ଲକର ସମସ୍ତ କର୍ମଚାରୀଙ୍କ ସକ୍ରିୟ ସହଯୋଗରେ ଶିବିର ସଫଳତାର ସହ ସମ୍ପନ୍ନ ହୋଇଥିଲା।ଭିନ୍ନକ୍ଷମମାନଙ୍କ ନିକଟରେ ସରକାରୀ ସାମାଜିକ ସୁରକ୍ଷା ଯୋଜନାର ସୁବିଧାକୁ ସିଧାସଳଖ ପହଞ୍ଚାଇବା ଏବଂ ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ଏହି ଶିବିର ଏକ ପ୍ରଭାବଶାଳୀ ପଦକ୍ଷେପ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha