Home ରାଜ୍ୟଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଆତ୍ମ ସୁରକ୍ଷା’ ତାଲିମ ଶିବିର ଉଦଯାପିତ : ଶତାଧିକ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ।

ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ଆତ୍ମ ସୁରକ୍ଷା’ ତାଲିମ ଶିବିର ଉଦଯାପିତ : ଶତାଧିକ ଛାତ୍ରୀଙ୍କୁ ଆତ୍ମରକ୍ଷା କୌଶଳର ପ୍ରଶିକ୍ଷଣ।

by Maraguda Express
0 comments
ନୂଆପଡ଼ା -୨୭/୦୮- ଛାତ୍ରୀମାନଙ୍କ ସୁରକ୍ଷା, ଆତ୍ମବିଶ୍ୱାସ ବୃଦ୍ଧି ଓ ଆତ୍ମନିର୍ଭରତାକୁ ଗୁରୁତ୍ୱ ଦେଇ ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଶକ୍ତିଶ୍ରୀ ବିଭାଗ ପକ୍ଷରୁ ‘ଆତ୍ମ ସୁରକ୍ଷା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆତ୍ମ ସୁରକ୍ଷା ଶିବିର ଦୁଇଟି ପର୍ଯ୍ୟାୟରେ ସମ୍ପନ୍ନ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୬ରୁ ୧୧ ତାରିଖ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଅଗଷ୍ଟ ୨୦ରୁ ୨୫ ତାରିଖ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ଆତ୍ମରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା।କୁଶଳୀ ତାଲିମଦାତ୍ରୀ ଶ୍ରୀମତୀ ନିଲିମା ବାରିକ ଶତାଧିକ ଛାତ୍ରୀଙ୍କୁ ଆତ୍ମରକ୍ଷାର ବିଭିନ୍ନ ପ୍ରାୟୋଗିକ କୌଶଳ ଅତ୍ୟନ୍ତ ସୁନ୍ଦର ଓ ସରଳ ଭାବରେ ପ୍ରଶିକ୍ଷଣ ଦେଇଥିଲେ। ଏହି ତାଲିମ ଛାତ୍ରୀମାନଙ୍କ ମନରେ ସାହସ, ଆତ୍ମବିଶ୍ୱାସ ଓ ନିଜକୁ ସୁରକ୍ଷିତ ରଖିବାର କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଛି।କାର୍ଯ୍ୟକ୍ରମରେ ଶକ୍ତିଶ୍ରୀ ସଂଯୋଜିକା ଅଧ୍ୟାପିକା ଡ. ଗୀତାଶ୍ରୀ ପ୍ରିୟମ୍ବଦା, ସହ-ସଂଯୋଜିକା ଅଧ୍ୟାପିକା ବିୟୁଟି ଅଗ୍ରୱାଲ, ଶକ୍ତିଶ୍ରୀ ସାଥୀ ଚିନ୍ମୟୀ ବାରିକ, ଆଭ୍ୟନ୍ତରୀଣ ଅଭିଯୋଗ କମିଟି ସଦସ୍ୟା ଅଧ୍ୟାପିକା ନିବେଦିତା ଆଚାରିଙ୍କ ସମେତ ଛାତ୍ରୀ ସଦସ୍ୟା ଅଲିଭା ସାହୁ, ବିଲାସିନୀ ଭୂୟାଁ, ଆଲ୍ଲାଦିନୀ ସାହୁ, ସ୍ମୃତିରେଖା ପଣ୍ଡା, କବିତା ସା, ଆନନ୍ଦିତା ହୋତା ଓ ଦୀପାଞ୍ଚଳି ଦାଶ ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପ୍ରେରଣା ଓ ସହଯୋଗ ପ୍ରଦାନ କରିଥିଲେ। ‘ସୁରକ୍ଷିତ ଛାତ୍ରୀ, ସଶକ୍ତ ଛାତ୍ରୀ’ ଗଠନର ଲକ୍ଷ୍ୟ ନେଇ ଆୟୋଜିତ ଏହି ପଦକ୍ଷେପ ମହାବିଦ୍ୟାଳୟରେ ଛାତ୍ରୀ ସୁରକ୍ଷା ଓ ସଶକ୍ତିକରଣ ଦିଗରେ ଏକ ପ୍ରଶଂସନୀୟ ପ୍ରୟାସ ବୋଲି ମତ ପ୍ରକାଶ ପାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha