83
ନୂଆପଡ଼ା -୦୧/୧୧- ଦୀର୍ଘଦିନର କର୍ମନିଷ୍ଠା, ସେବା ଓ ସମର୍ପଣର ସ୍ମୃତିକୁ ସାଉଁଟି ତରବୋଡ଼ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର) ପରିସରରେ ଏକ ଭାବପୂର୍ଣ୍ଣ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଯାଇଛି। ନଭେମ୍ବର ୧ ତାରିଖ ସକାଳ ୧୧ଟା ସମୟରେ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ସଭାରେ ସହକର୍ମୀମାନେ ଅବସରପ୍ରାପ୍ତ ଓ ସ୍ଥାନାନ୍ତରିତ କର୍ମଚାରୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ।