34
ଶିକ୍ଷକଙ୍କ ସ୍ଥାନାନ୍ତରଣ କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ।
previous post


ସିନାପାଲି -୧୯/୩ ସିନାପାଲି ବ୍ଲକ ଅର୍ନ୍ତଗତ ଚଲନା ଉଚ୍ଚ ପ୍ରାଥମିକ ବିଦ୍ଯାଳୟ ର ସହକାରୀ ଶିକ୍ଷକ କିଶୋର ଚନ୍ଦ୍ର ମେହେରଙ୍କୁ ସ୍ଥାନାନ୍ତରଣ କାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଯୋଷୀ ଙ୍କ ସଭାପତିତ୍ୱ ରେ ଏ ନେଇ ବିଦ୍ଯାଳୟ ପରିସରରେ ଅନୁଷ୍ଠିତ ସଭାରେ ବରିଷ୍ଠ ଶିକ୍ଷୟତ୍ରୀ ମମିତା ପଟ୍ଟଯୋଷୀ, ବୈଷ୍ଣବ ମେହେର, ସୁମିତ୍ରା ମେହେର, ଉଗ୍ରେସନ ହଂସ ଉପସ୍ଥିତ ରହି ବିଦାୟୀ ଶିକ୍ଷକ ଶ୍ରୀମେହେରଙ୍କୁ ଊପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିବା ସହ ତାଙ୍କ ନିଷ୍ଠାପର ଓ ସମର୍ପିତ ଶିକ୍ଷକତା ବିଷୟରେ ଆଲୋଚନା କରି ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ ।
ଏ ଅବସରରେ ନୂତନ ଭାବରେ ଯୋଗଦାନ କରିଥିବା ଶିକ୍ଷକ ଉଗ୍ରେସନ ହଂସଙ୍କୁ ସ୍ବାଗତ କରାଯିବା ସହ ଚଳିତ ବର୍ଷ ବାର୍ଷିକ ପରୀକ୍ଷା ଦେଇ ସାରିଥିବା ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉଜ୍ଜଳ ଭବିଷ୍ଯତର କାମନା କରି ସେମାନଙ୍କୁ ବିଦାୟ ବାର୍ତ୍ତା ପ୍ରଦାନ କରାଯାଇଥିଲା । ବୈଷ୍ଣବ ମେହେର ସଭାକାର୍ଯ୍ଯ ପରିଚାଳନା କରିଥିବା ବେଳେ ଶେଷରେ ସୁମିତ୍ରା ମେହେର ଧନ୍ଯବାଦ ଦେଇଥିଲେ । କାର୍ଯ୍ଯକ୍ରମରେ ବିଦ୍ଯାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।