53
ମତ୍ସ୍ୟଚାଷ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ କୋମନା ବ୍ଲକର ସଫଳ ଚାଷୀ ଦଗ୍ରେଶ୍ୱର ବାଗ ଏବଂ ଇନ୍ଦ୍ରଦେଇ ପିଏଫସିଏସ (PFCS), ତିଖାଲି ର ଅଧ୍ୟକ୍ଷ ଓ ସଚିବଙ୍କୁ ଜିଲ୍ଲାପାଳ ସମ୍ମାନିତ କରିଥିଲେ। ସେମାନଙ୍କର ଏହି ସଫଳତା ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିବ ବୋଲି ବୈଠକରେ ମତପ୍ରକାଶ ପାଇଛି। ଏହି ବୈଠକରେ ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମନିଧି ଭୋଇ, ମିଶନ ଶକ୍ତି ଡିପିସି ସୁନୀଲ କୁମାର ମଲ୍ଲିକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ଅରୁଣ କୁମାର ସାହୁଙ୍କ ସମେତ ସମସ୍ତ ବ୍ଲକର ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ନୂଆପଡ଼ା – ୩୦/୪ – ନୂଆପଡ଼ା ଜିଲ୍ଲାରେ ମତ୍ସ୍ୟ ଚାଷ ମାଧ୍ୟମରେ ଗ୍ରାମୀଣ ଜୀବିକାକୁ ସୁଦୃଢ଼ କରିବା ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ଜିଲ୍ଲାର “ବ୍ଲୁ-ଇକୋନୋମି” (ନୀଳ ଅର୍ଥନୀତି) ର ବିକାଶ ଉପରେ ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି।
ପ୍ରବାସ ରୋକିବା ପାଇଁ ଜୀବିକା ଉପରେ ଗୁରୁତ୍ୱ ଦିଆଯାଉଛି।