ସ୍ୱଚ୍ଛତା,ବୃକ୍ଷ ରୋପଣ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ।
ନୂଆପଡ଼ା -୧୬/୭ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ସଦର ବ୍ଲକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ , ଗୋତମା ଠାରେ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଙ୍କ ଦ୍ଵାରା ସ୍ୱଚ୍ଛତା,ବୃକ୍ଷ ରୋପଣ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ଉପରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏ ଅବସର ରେ ଆୟୋଜିତ ସଭା ରେ ମୁଖ୍ୟ ଅତିଥି ରୂପେ ରେଶମ ଲାଲ ନାୟକ,ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ,ନୂଆପଡ଼ା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଦ୍ୱିତୀୟ ପର୍ଯ୍ୟାୟ ବୃକ୍ଷରୋପଣ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା କାର୍ଯକ୍ରମ ଅନୁଷ୍ଠିତ ହୋଇ ଥିଲା,ଏହି କାର୍ଯକ୍ରମ ରେ ବିଶିଷ୍ଟ ଶିକ୍ଷାବିତ୍ ଶିବ ପ୍ରସାଦ ବେହେରା ସମ୍ମାନୀତ ଅତିଥି ଭାବରେ ଯୋଗଦାନ କରି ବୃକ୍ଷ ରୋପଣ ର ଉପକାରିତା ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ ର ଆବଶ୍ୟକତା ଉପରେ ଆଲୋକପାତ କରି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ।ଏହି କାର୍ଯକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟ ରେ ମକରଧ୍ବଜ ବାରିକ ଓ ଗୁଣ ସାଗର ଭୋଇ ସିଆରସିସି ଦ୍ବୟ ମଞ୍ଚାସିନ ଥିଲେ । ଏହି ବୃକ୍ଷ ରୋପଣ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ନୂଆପଡ଼ା କାର୍ଯକ୍ରମ କୁ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରଞ୍ଜିତା ପାଣିଗ୍ରାହୀ ସଞ୍ଚାଳନ କରିଥିଲେ ଓ ବିଦ୍ୟାଳୟ ର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ଓ ଅବସର ପ୍ରାପ୍ତ ଶିକ୍ଷକ ସଞ୍ଜୟ କୁମାର ପଣ୍ଡା ଏହି କାର୍ଯକ୍ରମ କୁ ସଫଳ କରିବାରେ ସମ୍ପୂର୍ଣ ସହଯୋଗ କରିଥିଲେ ।

ସ୍ୱଚ୍ଛତା,ବୃକ୍ଷ ରୋପଣ ଓ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜନ।
262