249
ନୂଆପଡ଼ା -୨୭/୭- ନୂଆପଡ଼ା ଜିଲ୍ଲାର ନବନିଯୁକ୍ତ ମୁଖ୍ୟ ନ୍ୟାୟିକ ଦଣ୍ଡାଧିକାରୀ (ସିଜେଏମ୍) ସୁଶାନ୍ତ କୁମାର ମିଶ୍ରଙ୍କ ଖଡ଼ିଆଳ କୋର୍ଟକୁ ପ୍ରଥମ ଗସ୍ତ ଅବସରରେ ଖଡ଼ିଆଳ ଯୁଡିସିଆଲ ବାର ଆସୋସିଏସନ ପକ୍ଷରୁ ଏକ ଗରିମାମୟ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବାର ହଲ୍ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ନବନିଯୁକ୍ତ ସିଜେଏମ୍ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ୍ କରାଯାଇଥିଲା।

