ଅଖିଳ ଭାରତୀୟ ମାରୱାଡ଼ି ୟୁବା ମଞ୍ଚ ଦ୍ବାରା ରକ୍ତ ଦାତା କିଶୋର ସମ୍ମାନୀତ

ନୂଆପଡ଼ା -୧୯/୬ (ଏମ.ଇ) ଅଖିଳ ଭାରତୀୟ ମାରୱାଡ଼ି ଯୁବା ମଞ୍ଚ ସିନାପାଲି ଦ୍ଵାରା ଆୟୋଜିତ ଏକ ଭବ୍ୟ ସଭା ରେ ନୂଆପଡ଼ା ର ଶିକ୍ଷକ କିଶୋରଙ୍କୁ ସମ୍ମାନୀତ କରାଯାଇଛି । ରକ୍ତଦାନ ମହୋତ୍ସବ ଏବଂ ରକ୍ତଦାତା ସମ୍ମାନ ପକ୍ଷ ପାଳନ ଅବସରରେ ନିୟମିତ ରକ୍ତଦାତା ଶିକ୍ଷକ କିଶୋର କୁମାର ପରିଡାଙ୍କୁ ଜୀବନ ରକ୍ଷକ ରକ୍ତଦାତା ସମ୍ମାନରେ ସମ୍ମାନିତ କରାଯାଇଛି। ମାରୱାଡି ୟୁବା ମଞ୍ଚ ସିନାପାଲି ତରଫରୁ ଅଗ୍ରେସନ୍ ଭବନ ସିନାପାଲି ଠାରେ ଆୟୋଜିତ ରକ୍ତଦାନ ଶିବିରରେ ଖରିଆର ମାରୱାଡ଼ି ଯୁବା ମଞ୍ଚ, ରକ୍ତଦାନ ସଂଯୋଜକ ୟୁବା ସତ୍ୟମ ସିଂଘଲଙ୍କ କରକମଳରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନ ପତ୍ର ପ୍ରଦାନପୂର୍ବକ ସମ୍ମାନୀତ କରାଯାଇଥିଲା । ସୂଚନାଯୋଗ୍ୟ ଯେ ନିୟମିତ ରକ୍ତଦାତା ଶିକ୍ଷକ କିଶୋର ୧୯୯୩ ମସିହାରେ ନ୍ୟାସନାଲ କଲେଜ ନୂଆପଡାରେ +୩ ପଢୁଥିବା ସମୟରେ ଅଠର ବର୍ଷ ହେବାପରେ ରକ୍ତଦାନକୁ ନିଜ ଜୀବନର ଗୋଟେ ନିଶା ଭବରେ ନିଷ୍ଠାର ସହ ଗ୍ରହଣକରି ଜଣେ ଗର୍ଭବତୀ ମହିଳାଙ୍କୁ ବନ୍ଧୁ ସନ୍ତୋଷ ସୂପକାର ଙ୍କ ସୂଚନକ୍ରମେ ପ୍ରଥମ ରକ୍ତଦାନ କରିଥିଲେ। ୩୨ ବର୍ଷ ଧରି ରକ୍ତଦାନକୁ ନିଜ ଜୀବନର ମୂଳ ଲକ୍ଷ୍ୟ ରୂପେ ଗ୍ରହଣ କରି ବର୍ତ୍ତମାନ ସୁଦ୍ଧା ୯୫ ଥର ରକ୍ତଦାନ କରି ଅନ୍ୟ ପାଇଁ ପ୍ରେରଣା ର ସ୍ରୋତ ପାଲଟିଛନ୍ତି। ଜିଲ୍ଲା ରକ୍ତଦାନ କେନ୍ଦ୍ରରେ ରକ୍ତର ଆବଶ୍ୟକତାକୁ ହୃଦୟଙ୍ଗମ କରି ଅନେକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ରକ୍ତଦାନ ଶିବିର ଆୟୋଜନ ପାଇଁ ପ୍ରବର୍ତ୍ତାଇ ଯୁବ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ତରଫରୁ ଆୟୋଜିତ ଅନେକ ରକ୍ତଦାନ ଶିବିରରେ ଯୋଗଦାନ କରି ରକ୍ତଦାତା ଓ ରକ୍ତଦନ ଶିବିର ଆୟୋଜକ ମାନଙ୍କୁ ରକ୍ତର ଅଭାବ ଦୂର କରିବା ପାଇ ପ୍ରତ୍ୟକ୍ଷ ଓ ପରୋକ୍ଷ ରେ ତାଙ୍କ ଅତୁଳନୀୟ ଅବଦାନ ପାଇଁ ସମସ୍ତଙ୍କ ଆସ୍ଥା ଭାଜନ ହୋଇ ପାରିଛନ୍ତି। ଅନେକ ସମୟରେ ରକ୍ତର ଆବଶ୍ୟକତା ଥିବା ରୋଗୀମାନଙ୍କ ପାଇଁ ରକ୍ତଦାତା ମାନଙ୍କୁ ପ୍ରବର୍ତ୍ତାଇ ଏଵଂ ବିଭିନ୍ନ ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ ସାହାଯ୍ୟନେ଼ଇ ରକ୍ତର ବ୍ୟବସ୍ଥା କରିବା ପାଇଁ ଅହରହ ପ୍ରାୟାସ ଜାରିରଖିଛନ୍ତି। ନ୍ୟାସନାଲ କଲେଜ ନୂଆପଡ଼ା ରେ ଜାତୀୟ ସେବା ଯୋଜନା, ୟୁଥ୍ ମାସ କ୍ଳବ୍ ନୂଆପଡ଼ା ଏବଂ ନେହେରୁ ଯୁବ କେନ୍ଦ୍ର ନୂଆପଡ଼ାର ଜଣେ ସକ୍ରିୟ ସ୍ୱେଚ୍ଛାସେବୀ ଭାବରେ ଅଧ୍ୟାପିକା ନର୍ମଦା ପଣ୍ଡା, କବିତା ରଥ, ସୁଷମା ପଟ୍ଟନାୟକ , ଅଧ୍ୟାପକ ଅଶୋକ ପଟ୍ଟନାୟକ, ଦୁର୍ଲ୍ଲଭ ବେହେରା, ଭୁଖନ୍ ଆହିର, ନୃସିଂହ ଚରଣ ସାହୁ, ପ୍ରକାଶ ସାହୁ, ୟୁଥ୍ ମାସ କ୍ଳବର ବରିଷ୍ଠ ସଦସ୍ୟ ସରୋଜ ସାହୁ, ସଞ୍ଜୟ ପୁରୋହିତ, ବିଭୁଦତ୍ତ ମିଶ୍ର, ପ୍ରଦୀପ ରାଉତ ସଞ୍ଜୟ ପଟ୍ଟନାୟକ , ନେହେରୁ ଯୁବ କେନ୍ଦ୍ର ନୂଆପଡ଼ାର ଅଶୋକ ଦାଶ, ଦ୍ୱିତୀୟା ବଞ୍ଛୋର , ରାଜେନ୍ଦ୍ର ପ୍ରସାଦ ବଢ଼ାଇ ପ୍ରମୁଖଙ୍କ ମାର୍ଗଦର୍ଶନ ଏବଂ ପ୍ରୋତ୍ସାହନରେ ରକ୍ତଦାନକୁ ନିଜ ଜୀବନର ନିଶା ଓ ବ୍ରତ ଭାବରେ ଗ୍ରହଣ କରି ଆଗେଇ ଚାଲିଛନ୍ତି। ରକ୍ତଦାତା କିଶୋର ନିଜର ପେଶା ଶିକ୍ଷକତା କାର୍ଯ୍ୟ ସମ୍ପାଦନ ପରେ ରକ୍ତଦାନ କ୍ଷେତ୍ରରେ କରିଚାଲିଥିବା ଉଲ୍ଲେଖନୀୟ ପ୍ରୟାସ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସିତ ହେବା ସହ ଅନେକ ଅନୁଷ୍ଠାନ,ବିଭାଗ, କାର୍ଯ୍ୟାଳୟ ଓ ମଞ୍ଚ ତରଫରୁ ସମ୍ମାନିତ ଓ ସମ୍ବର୍ଦ୍ଧିତ ହୋଇସାରିଛନ୍ତି। ରକ୍ତଦାତା କିଶୋର ପରିଡା ଙ୍କୁ ସମ୍ମାନ ପତ୍ର ପ୍ରଦାନ ସହିତ ସମ୍ମାନିତ କରି ଉତ୍ସାହିତ କରିଥିବାରୁ ଅଖିଳ ଭାରତୀୟ ମାୱାଡ଼ି ୟୁବା ମଞ୍ଚ ସିନାପାଲି ର ସମସ୍ତ ପଦାଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ହୃଦୟ ରୁ ଧନ୍ୟବାଦ ଅର୍ପଣ କରିଛନ୍ତି ।
ଅଖିଳ ଭାରତୀୟ ମାରୱାଡ଼ି ୟୁବା ମଞ୍ଚ ଦ୍ବାରା ରକ୍ତ ଦାତା କିଶୋର ସମ୍ମାନୀତ
150
previous post