Home Uncategorizedଆସୁଛି ବର୍ଷା : ମଣ୍ଡି ରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

ଆସୁଛି ବର୍ଷା : ମଣ୍ଡି ରୁ ଉଠୁନି ଧାନ, ରାସ୍ତା ଅବରୋଧ କଲେ ଚାଷୀ

by Maraguda Express
0 comments

ଆସୁଛି ବର୍ଷା : ମଣ୍ଡି ରୁ ଉଠୁନି ଧାନ, ଜାତୀୟ ରାଜପଥ  ଅବରୋଧ କଲେ ଚାଷୀ
ନୂଆପଡା -୧୯/୬ (ଏମ.ଇ) ମଣ୍ଡିରେ ପଡ଼ି ରହିଛି ଧାନ, କିନ୍ତୁ ମିଲର୍ସ ଆସୁ ନଥିବାରୁ ଧାନ ବସ୍ତା ସବୁ ପଡ଼ି ରହିଛି। ଏନେଇ ରାସ୍ତା ଅବରୋଧ କରି ଧାରଣାରେ ବସିଛନ୍ତି ଚାଷୀ।ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନ ମହେଶ୍ୱର ମଣ୍ଡିରେ ଶହ ଶହ ଧାନ ବସ୍ତା ସପ୍ତାହେ ହେଲା ପଡ଼ି ରହିଛି। ବର ଗାଁ ପେକ୍ସ ଅଧିନରେ ଏହି ମଣ୍ଡି ଖୋଲା ଯାଇଥିବା ବେଳେ ମାଁ ପଖାନ ତଲେନ ମହିଳା ଏସଏଚଜି ଧାନ କିଣିବାର ଦାୟିତ୍ୱରେ ରହିଛି। ଚାରିଟି ମିଲ ଯଥା ଗୌର ତୁଳସି ଖରିଆର ରୋଡ, ଜୟ ନାନେଶ ଚାଉଳ ଉଦ୍ୟୋଗ ଖରିଆର୍ ରୋଡ, ଶ୍ରୀକ୍ରୀଷ୍ଣା ରାଇସ ମିଲ ଖରିଆର ରୋଡ ଓ
ବଂଶଲ ମିଲ ଖଡ଼ିଆଳ ଧାନ କିଣିବାର ଅଧିକାର ପାଇଛନ୍ତି। ସାନ ମହେଶ୍ୱର ଗ୍ରାମ ପଞ୍ଚାୟତର ମୋଟ ୩୪୨ ଜଣ ଚାଷୀ ଧାନ ବିକ୍ରି ପାଇଁ ପଞ୍ଜୀକୃତ ହୋଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ୧୯୫ ଜଣ ଚାଷୀଙ୍କ ୧୧୧୦୬ କ୍ଵିଣ୍ଟାଲ ଧାନ କିଣା ଯାଇଛି। ବର୍ତ୍ତମାନ ୧୦୫ ଜଣ ଚାଷୀଙ୍କ ୧୪୪୦୦ ବ୍ୟାଗ ଧାନ କିଛିଦିନ ହେବ ପଡ଼ି ରହିଥିବା ବେଳେ ମିଲର୍ସ ଆସୁ ନଥିବାରୁ ଧାନ ଉଠୁନି। ଏନେଇ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ପ୍ରତ୍ୟେକ ଦିନ ଅସରାଏ ବର୍ଷା ହେଉଥିବାରୁ ଧାନ ଗଜା ହେବାର ସମ୍ଭାବନା ରହିଛି। ବାରମ୍ବାର ଦାବି କଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଏନେଇ ଆଜି ଚାଷୀ ମାନେ ଖଡ଼ିଆଳ ନୂଆପଡ଼ା ୩୫୩ ଜାତୀୟ ରାଜପଥ ସାନ ମହେଶ୍ୱର ଠାରେ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।ଏବର୍ଷ ରବି ଧାନ ଅମଳ ସମୟରେ ଚାଷୀ ମାନେ ବହୁତ୍ ହଇରାଣ ହୋଇଛନ୍ତି।। ଅମଳ ସମୟରେ ବର୍ଷା ହେବାରୁ ପାଣି ଭିତରୁ ଧାନ କାଟିଛନ୍ତି ଚାଷୀ। ଅନେକଙ୍କ ଧାନ ନଷ୍ଟ ହୋଇ ଯାଇଛି ଓ ଯେତେ ଅମଳ ହେବା କଥା ତାହାର ଅଧା ପାଇଛନ୍ତି। ଏହି ପରିସ୍ଥିତିରେ ମଣ୍ଡିରେ ପୁଣି ଧାନ ବସ୍ତା ବର୍ଷାରେ ଭିଜିଲେ ବିକ୍ରି ସମୟରେ କଟନି ଛଟନି ହେବ। ତେଣୁ ଶୀଘ୍ର ଧାନ ଉଠାଇବାକୁ ଚାଷୀ ମାନେ ଦାବି କରିଛନ୍ତି। ନହେଲେ ଆନ୍ଦୋଳନ ଜୋରଦାର କରିବାକୁ ଚେତାବନୀ ଦେଇଛନ୍ତି।ଏନେଇ ଦାୟିତ୍ୱରେ ଥିବା ମହିଳା ଏସଏଚଜି ର ସମ୍ପାଦିକା କୁନ୍ତି ଶବରଙ୍କୁ ପଚାରିବାରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇ ଦିଆ ଯାଇଛି,ଗାଡ଼ି ଆସିଲେ ସମସ୍ତଙ୍କ ଧାନ ଉଠିଯିବ ବୋଲି ପ୍ରକାଶ କରିଛନ୍ତି। ଘଟଣା ସ୍ଥଳ କୁ ଖଡ଼ିଆଳ ଥାନା ଆଇଆଇସି ଦିଲିପ ସାହୁ ପହଞ୍ଚି ଚାଷୀ ଙ୍କ ସହ ଆଲୋଚନା କରି ଆସନ୍ତା କାଲି ଠାରୁ ଧାନ ଉଠିବା ପ୍ରତିଶୃତି ଦେଲା ପରେ ଚାଷୀମାନେ ରାସ୍ତା ରୋକ ଆନ୍ଦୋଳନ ରୁ ଓହରି ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha