Home Uncategorizedଶିଶୁ ଏବଂ କିଶୋର ଶ୍ରମିକ ନିରୋଧ ଆଇନ ପ୍ରବର୍ତ୍ତନ କର୍ମଶାଳା

ଶିଶୁ ଏବଂ କିଶୋର ଶ୍ରମିକ ନିରୋଧ ଆଇନ ପ୍ରବର୍ତ୍ତନ କର୍ମଶାଳା

by Maraguda Express
0 comments

ଶିଶୁ ଏବଂ କିଶୋର ଶ୍ରମିକ ନିରୋଧ ଆଇନ ପ୍ରବର୍ତ୍ତନ କର୍ମଶାଳା

ନୂଆପଡା – ୧୯/୬ (ଏମ.ଇ) ନୂଆପଡା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଶିଶୁ ଏବଂ କିଶୋର ଶ୍ରମିକ ନିରୋଧ ସଚେତନତା ତଥା ଆଇନ ପ୍ରବର୍ତ୍ତନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଶ୍ରମ ବିଭାଗ ଅତିରିକ୍ତ ଶ୍ରମ କମିଶନର ରବୀନ୍ଦ୍ର କୁମାର ବାର୍ଲା ଙ୍କ ଦ୍ଵାରା ଆୟୋଜିତ ଏହି କର୍ମଶାଳାରେ ସେ ସମସ୍ତଙ୍କୁ ସ୍ଵାଗତ କରି ନିଜ ବିଭାଗର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ l ସଭାରେ ଉପଜିଲ୍ଲାପାଳ ଯୋଗେନ୍ଦ୍ର ମାଝୀ, ଅଧ୍ୟକ୍ଷ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଡଃ ଫଣୀନ୍ଦମ୍ ସିଂଦେଓ, ସି ଡି ଏମ୍ ଓ – ଡଃ ମନୋଜ ସାହୁ ଓ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗଦେଇଥିଲେ। ସମସ୍ତଙ୍କୁ ସମ୍ବୋଧନ କରି ଜିଲ୍ଲାପାଳ କହିଲେ ନୂଆପଡା ଜିଲ୍ଲାକୁ ସମ୍ପୂର୍ଣ୍ଣ ଶିଶୁ ଶ୍ରମିକ ମୁକ୍ତ କରିବା ଆମର ନୈତିକ ଦାୟିତ୍ୱ। ଏଥିପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ମଙ୍ଗଳ ଅଧିକାରୀ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ର ଛାତ୍ରୀ ମାନଙ୍କୁ ସଚେତନ କରିବେ l ସବୁ ସ୍କୁଲରୁ ଛାତ୍ରଛାତ୍ରୀ ଡ୍ରପ ଆଉଟ ହାର ଶୂନ୍ୟ ହେବ l କୌଣସି ଶିଶୁ କିମ୍ବା କିଶୋର କୌଣସି ପରିସ୍ଥିତି ରେ ପ୍ରବାସୀ ଶ୍ରମିକ ହିସାବରେ ଯିବେ ନାହିଁ। ଜିଲ୍ଲାର ସମସ୍ତ ଦୋକାନ, ବଜାର, ହୋଟେଲ, ମଲ୍, କଳକାରଖାନା ନିଜ ନିଜ ସଂସ୍ଥାରେ ବାଳ ଶ୍ରମିକ ନିୟୋଜିତ ହୋଇନାହାନ୍ତି ବୋଲି ପ୍ରମାଣ ପତ୍ର ଦେବେ l ଜିଲ୍ଲାର ସବୁ ଇଟା ଭାଟି, ହୋଟେଲ, ଢ଼ାବା ଇତ୍ୟାଦି ଅତର୍କିତ ଚଡାଉ କରି ବାଳ ଶ୍ରମିକ ଥିଲେ ସେମାନଙ୍କୁ ମୁକ୍ତ କରାଯିବ l ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଳ ଶ୍ରମିକ ମୁକ୍ତ କରିବା ପାଇଁ ଲୋକପ୍ରତିନିଧି, ସ୍ବେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ୱଂୟ ସହାୟକ ଦଳ ଇତ୍ୟାଦିଙ୍କର ସହାୟତା ନିଆଯିବ l ଏହି କର୍ମଶାଳାରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିପ୍ତିମନ୍ତ ଭୋଇ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ,ଡିସିପିଓ ଚିନ୍ମୟ ସାଗର, ପରିଚାଳକ ଜିଲ୍ଲା ଶିଳ୍ପ କେନ୍ଦ୍ର ସମୀର କୁମାର ମୁଦୁଲି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ନମିତା ପାଢୀ, ସନ୍ଦୀପ ଶର୍ମା ବ୍ୟବସାୟୀ ସଂଘ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେl ସମସ୍ତ ବିଭାଗ ଆନ୍ତରିକ ଭାବରେ ସମ୍ମିଳିତ ପଦକ୍ଷେପ ନେଇ ନୂଆପଡ଼ା ଜିଲ୍ଲାକୁ ସମ୍ପୂର୍ଣ୍ଣ ବାଳ ଶ୍ରମିକ ମୁକ୍ତ ଜିଲ୍ଳା କରିବା ପାଇଁ ଜିଲ୍ଲାପାଳ ଆହ୍ଵାନ ଦେଇଥିଲେ l

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha