Home Uncategorizedଗଞ୍ଜେଇ ଜବତ, ଦୁଇ ଗିରଫ

ଗଞ୍ଜେଇ ଜବତ, ଦୁଇ ଗିରଫ

by Maraguda Express
0 comments

ଗଞ୍ଜେଇ ଜବତ, ଦୁଇ ଗିରଫ।

ନୂଆପଡ଼ା -୧୯/୬(ଏମ.ଇ) ନୂଆପଡ଼ା ଜିଲ୍ଲା ସିନାପାଲି ଅବକାରୀ ବିଭାଗ ୭ କେଜି ଗଞ୍ଜେଇ ଜବତ କରିବା ସହ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ଏକ ବାଇକ ମଧ୍ଯ ଜବତ କରିଥିବା ଜଣାପଡିଛି। ଗିରଫ ଅଭିଯୁକ୍ତ ହେଲେ ଛତିଶଗଡ଼ ରାଜ୍ଯ ଭିଲାଇ ଗ୍ରାମର ନବିନ ସାହୁ ଓ ବଲାଙ୍ଗିର ଜିଲ୍ଲା କୁନାଭୁଟା ଗ୍ରାମର ଗୋବିନ୍ଦ ଭୋଇ। ସୁଚନା ଅନୁସାରେ ସିନାପାଲି ଅବକାରୀ ଥାନା ଅଧିକାରୀ ସିଦ୍ଧାନ୍ତ ପାତ୍ର ଙ୍କ ନେତୃତ୍ବ ରେ ଏକ ଟିମ ପେଟ୍ରୋଲିଙ୍ଗ କରୁଥିବା ବେଳେ ବୋଡେନ ଥାନା ଅଧିନ ବିଜୁ ଏକ୍ସପ୍ରେସ ରାସ୍ତା ଅମେରା ଛକ ଠାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରିଥିଲେ। ଚଢାଉ ରେ ୭ କେଜି ଗଞ୍ଜେଇ ଜବତ କରିବା ସହ ଘଟଣା ରେ ସମ୍ପୁକ୍ତ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରିଥିବା ବେଳେ ଏକ ବାଇକ ଗାଡି ନମ୍ୱର- ସିଜି ୦୭ ସିଜି ୦୬୪୬ କୁ ଜବତ କରିଥିଲେ। ଏନେଇ ସିନାପାଲି ଅବକାରୀ ଥାନା ରେ କେସ୍ ନମ୍ୱର ୬୪/୨୫-୨୬ ରେ ମାମଲା ରୁଜୁ କରି ଅଭିଯୁକ୍ତ ଙ୍କୁ କୋଟ ଚାଲାଣ କରାଯାଇଛି। ବେଲ ନାମଞ୍ଜୁର ହେବାରୁ ବିଚାର ବିଭାଗୀୟ ଜେଲ ହାଜତକୁ ଅଭିଯୁକ୍ତ ଙ୍କୁ ପଠାଇ ଦିଆଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha