Home ରାଜ୍ୟସମ୍ପତ୍ତି ପାଇଁ ପିତାଙ୍କ ଜୀବନ ନେଲା ପୁଅ। ଠେଙ୍ଗା ମାଡ ରେ ଜୀବନ ଗଲ। 

ସମ୍ପତ୍ତି ପାଇଁ ପିତାଙ୍କ ଜୀବନ ନେଲା ପୁଅ। ଠେଙ୍ଗା ମାଡ ରେ ଜୀବନ ଗଲ। 

by Maraguda Express
0 comments

ସମ୍ପତ୍ତି ପାଇଁ ପିତାଙ୍କ ଜୀବନ ନେଲା ପୁଅ। ଠେଙ୍ଗା ମାଡ ରେ ଜୀବନ ଗଲ                                   ନୂଆପଡ଼ା-୨୨/୬ (ଏମ.ଇ) ଏକ ପୁଅ ଜମିବାଡ଼ି ପାଇଁ ପିତା ର ଜୀବନ ନେଲା । ପୁଅର ଠେଙ୍ଗା ମାଡ଼ରେ ଚାଲିଯାଇଛି ପିତା ର ଜୀବନ । ଏଭଳି ଏକ ଅଘଟଣ ଘଟିଛି ନୂଆପଡ଼ା ଜିଲ୍ଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ । ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା । ଶନିବାର ମଧ୍ୟାହ୍ନରେ କୁରୁମୁଣ୍ଡା ଗାଁରେ ପିତା ପବନ ଓ ପୁଅ ତୁଲାରାମଙ୍କ ମଧ୍ୟରେ ଜମିବାଡ଼ିକୁ ନେଇ ବଚସା ହୋଇଥିଲା । ଏଥିରେ ନିଶାଶକ୍ତ ପୁଅ ତୁଲାରାମ ନିଜ ପିତା ପବନଙ୍କୁ ଠେଙ୍ଗା ରେ ଆକ୍ରମଣ କରି ହତ୍ୟା କରିଥିଲା । ଚାଷଜମିରେ ପିତା ଙ୍କ ମୃତଦେହକୁ ଛାଡ଼ି ଘରକୁ ଚାଲି ଆସିଥିଲା । ରବିବାର ପୂର୍ବାହ୍ନରେ ବେଲଟୁକୁରି ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ୩୬ ବର୍ଷୀୟ ପୁଅ ତୁଲାରାମ ବାରିହାଙ୍କୁ ଥାନାରେ ଅଟକ ରଖି ତଦନ୍ତ ଅବ୍ୟାହତ ରହିଛି । ମଧ୍ୟାହ୍ନରେ ନୂଆପଡ଼ା ଏସପି ଜିଆର୍ ରାଘବେନ୍ଦ୍ର ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି । ତେବେ ପ୍ରାଥମିକ ତଦନ୍ତରୁ ଜମିବାଡ଼ିକୁ ନେଇ ନିଜ ପିତା ଙ୍କୁ ପୁଅ ହତ୍ୟା କରିଥିବା ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha