208
ନୂଆପଡ଼ା -୨୭/୭ (ସୁରେନ୍ଦ୍ର ତିୱାରୀ) ସିନାପାଲି ସହରର ଅବସରପ୍ରାପ୍ତ ଶିକ୍ଷକ ଜଗବନ୍ଧୁ ସାଙ୍କ ପରଲୋକ ହୋଇଯାଇଛି । ସ୍ୱର୍ଗତ ସା ଦୀର୍ଘ ବର୍ଷ ଧରି ଅଞ୍ଚଳର ବିଭିନ୍ନ ପ୍ରାଥମିକ ବିଦ୍ଯାଳୟରେ ଶିକ୍ଷକତା କରି ଜଣେ ସରଳ,ଧର୍ମ ପରାୟଣ, ମିଷ୍ଟ ଭାଷି ଓ ଛାତ୍ରବତ୍ସଳ ଶିକ୍ଷକ ଭାବରେ ନିଜ ପରିଚୟ ତିଆରି କରି ପାରିଥିଲେ । ତାଙ୍କ ମୃତ୍ୟୁ ରେ ଅଞ୍ଚଳ ରେ ଶୋକ ଖେଳି ଯାଇଛି। ଗତ କିଛି ଦିନ ହେଲା ସେ ରୋଗରେ ପିଡ଼ିତ ହୋଇ ଶର୍ଯ୍ଯାଶାୟୀ ଥିଲେ । ମୃତ୍ଯୁଶର୍ଯ୍ଯା ନିକଟରେ ସ୍ୱର୍ଗତ ସାଙ୍କ ଏକମାତ୍ର ପୁଅ ଅଭିଜିତ ସା, ଜ୍ବାଇଁ ଶିକ୍ଷକ ଧୀରେନ୍ଦ୍ର ସା, ଭଉଣୀ ଜ୍ୱାଇଁ ଗଲାମଣି ସା ଉପସ୍ଥିତ ଥିବା ବେଳେ ସଂପର୍କିୟ ମାନେ ଘରକୁ ଆସି ଶେଷ ଦର୍ଶନ କରିଥିଲେ । ପରେ ସ୍ଥାନୀୟ ଉଦନ୍ତୀ ନଦୀ ପଠାରେ ତାଙ୍କର ଶେଷକୃତ ସମ୍ପନ୍ନ କରାଯାଇଥିବା ଜଣାପଡ଼ିଛି ।