49

ନୂଆପଡ଼ା -୩୦/୮ (ସୁରେନ୍ଦ୍ର ତିୱାରୀ) ନୂଆପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦର ଚର୍ଚ୍ଚ ଚତୁର୍ଦ୍ଦିଗରେ ଏକକ ବ୍ୟବହାର ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକକ ବ୍ୟବହାର ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଗଠନ ର ସଂକଳ୍ପ ନେଇ ଥିବା ବେଳେ ଜନ ଜାଗରଣ ସୃଷ୍ଟି କରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ, ସହକାରୀ ଆଇନ ସେବା ପ୍ରତିପକ୍ଷ ଅଧିବକ୍ତା ଅନୁପ ଶର୍ମା, ଆଇନ ସ୍ୱେଚ୍ଛାସେବୀ ଓ ପ୍ରାଧିକରଣର କର୍ମଚାରୀମାନେ ଯୋଗ ଦେଇ ପ୍ରାୟ ୮୫ କେଜି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସଂଗ୍ରହ ଓ ସେଠାରେଥିବା ଜନସାଧାରଣଙ୍କୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ମୁକ୍ତ ଜୀବନଯାପନକରିବାପାଇଁ ସଚେତନ ମଧ୍ୟ କରିଛନ୍ତି।


