
ନୂଆପଡ଼ା -୭/୯(ସୁରେନ୍ଦ୍ର ତିୱାରୀ) ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ମା ମାଣିକେଶ୍ବରୀ ବିଶ୍ଵ ବିଦ୍ୟାଳୟ ସହବନ୍ଧିତ ନେସନାଲ କଲେଜ୍ ନୂଆପଡ଼ା ଜାତୀୟ ସେବା ସଂସ୍ଥା ଦ୍ୱାରା ୩ ଦିନିଆ ଜିଲ୍ଲାସ୍ତରୀୟ ଯୁବ ନେତୃତ୍ବ ତାଲିମ ଶିବିର ଉଦଯାପିତ ହୋଇଯାଇଛି। ଏଥିରେ ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମରେ ୫ ସେପ୍ଟେମ୍ବର ରେ ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟ ଅତିଥି ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସ, ସଂଯୋଜକ ଡ଼. ଚିତ୍ତରଞ୍ଜନ ଖୁଣ୍ଟିଆ ସମ୍ମାନିତ ଅତିଥି, ଅଧ୍ୟାପିକା ପ୍ରଣତୀ ପଣ୍ଡା, ନେସନାଲ କଲେଜ୍ ର ପୂର୍ବତନ ଅଧ୍ୟକ୍ଷ ଡ. ରାମଚନ୍ଦ୍ର ମିଶ୍ର, ଜିଲ୍ଲା ଆଞ୍ଚଳିକ ଅଧିକାରୀ ଶର୍ମିଲା ମହାରଣା, ଅଧ୍ୟାପକ ବିଧାନ ମିଶ୍ର, ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । କଲେଜ୍ ଅଧ୍ୟକ୍ଷ ହିତେଶ କୁମାର ସାହୁ ସଭାପତିତ୍ବ କରିଥିଲେ ।
ଅଧ୍ୟାପକ କପିଲ୍ ଦେବ ପାଣିଗ୍ରାହୀ ଅତିଥି ପରିଚୟ ପ୍ରଦାନ କରିଥିଲେ । କାର୍ଯକ୍ରମ ଅଧିକାରୀ ହେମଲ୍ ସା କାର୍ଯ୍ୟକ୍ରମ ର ଉଦ୍ଧେଶ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏହି ଶିବିରରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ୧୦୦ ଜଣ ସ୍ବେଚ୍ଛାସେବୀ ଓ ୧୨ ଜଣ କାର୍ଯ୍ୟକ୍ରମ ଅଧିକାରୀ ଯୋଗଦାନ୍ କରିଥିଲେ। ଏହା ୩ ଦିନ ଧରି ଚାଲିଥିଲା। ୧୦ ଗୋଟି ବିଭିନ୍ନ ବିଷୟ ବସ୍ତୁ କୁ ନେଇ ୧୦ ଗୋଟି ଅଧିବେଶନ ହୋଇଥିଲା । ବକୃତା,ରଚନା, କ୍ୱିଜ,ସଙ୍ଗୀତ,ନୃତ୍ୟ ୨ ପ୍ରକାରର ଓ ରଙ୍ଗୋଲୀ ଏହିଭଳି ୬ ଟି ବିଭାଗରେ ପ୍ରତିଯୋଗିତା ହୋଇଥିଲା ଦ୍ଵିତିୟ ଦିନ ୬ ତାରିଖ ରେ ମା ମାଣିକେଶ୍ବରୀ କୁଳପତି ମୁଖ୍ୟ ଅତିଥି ଓ ଆଲୁମୁନି ସଭାପତି ସରୋଜ କୁମାର ସାହୁ,ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ ,୭ ତାରିଖ ରେ ସ୍ଵେଚ୍ଛାସବୀ ମାନେ ପତୋରା ଯାଇ ମନ୍ଦିର ପାର୍ଶ୍ଵ ସଫେଇ କରିଥିଲେ ।କାର୍ଯକ୍ରମ ଅଧିକାରୀ ହେମଲ ସା ତ୍ରିଦିବସୀୟ ରାଷ୍ଟ୍ରୀୟ ସେବା ଯୋଜନା ଅନ୍ତର୍ଗତ ଯୁବାବର୍ଗର ନେତୃତ୍ବ ଶିବିର ଉପରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।ବିଭିନ୍ନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ଟ୍ରଫି ଏବଂ ମାନପତ୍ର ଓ ସମସ୍ତ ସ୍ଵେଚ୍ଛାସେବୀ ଙ୍କୁ ମାନପତ୍ର ପ୍ରଦାନ କରିଥିଲେ ମୁଖ୍ୟ ଅତିଥି ମା ମାଣିକେଶ୍ବରୀ ବିଶ୍ଵବିଦ୍ୟାଳୟ ର କୁଳସଚିବ ଡ଼. ଗୁଣନିଧି ନାଏକ,ସମସ୍ତ ଅତିଥିଙ୍କୁ ବିଭିନ୍ନ କଲେଜ୍ ରୁ ଆସିଥିବା ସ୍ଵେଚ୍ଛାସେବୀ ଓ କାର୍ଯ୍ୟକ୍ରମ ଅଧିକାରୀ ମାନଙ୍କ ଉଦ୍ଦେଶ୍ୟ ରେ ସ୍ବାଗତ ଭାଷଣ ତଥା ଅତିଥି ପରିଚୟ ଓ ମଞ୍ଚ ପରିଚାଳନା କରିଥିଲେ। ଉପରୋକ୍ତ ସମସ୍ତ କାର୍ଯ୍ୟକ୍ରମ ରେ କ୍ରୀଡା ଅଧ୍ୟାପକ ପ୍ରକାଶ କୁମାର ସାହୁ ସମେତ ଅଧ୍ୟାପକ,ଅଧ୍ୟାପିକ ଓ ଅଣ ଶିକ୍ଷକ ମାନେ ସହଯୋଗ କରିଥିଲେ । ଶେଷ ରେ ବିଧାନ ଚରଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।
ଜିଲ୍ଲାସ୍ତରୀୟ ତ୍ରିଦିବସୀୟ ଯୁବ ନେତୃତ୍ଵ ତାଲିମ୍ ଶିବିର ଉଦଯାପିତ।
63