
ନୂଆପଡା -୨୭/୯ (ସୁରେନ୍ଦ୍ର ତିୱାରୀ) ଆସନ୍ତା ନୂଆପଡା ବିଧାନସଭା ଉପନିର୍ବାଚନର ଭୋଟ ଗଣତି କେନ୍ଦ୍ର ନେସନାଲ କଲେଜରେ ଇ ଭି ଏମ୍ ଓ ଭି ଭି ପାଟ ଷ୍ଟ୍ରଙ୍ଗ ରୁମ୍ ସ୍ଥିତି ଜିଲ୍ଲାପାଳ ମଧୁସୂଦନ ଦାଶ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତ ପାଲ୍ ସିଂ ସମୀକ୍ଷା କରିଛନ୍ତି l ଉପନିର୍ବାଚନ ପାଇଁ ସମ୍ପୂର୍ଣ ଭାବରେ ପ୍ରସ୍ତୁତି ଆରମ୍ଭ କରି ଦେଇଛି ଜିଲ୍ଲା ପ୍ରଶାସନ ।
ଆଜି ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ସମୟରେ ଅତିରିକ୍ତ ଏସ ପି ରଣଜିତ୍ ନାୟକ, ଉପଜିଲ୍ଲାପାଳ ସୁର୍ମି ସୋରେନ୍, ପୂର୍ତ୍ତ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଶଶାଙ୍କ ଶେଖର ଶୁକ୍ଳା,ନିର୍ବାଚନ ଡେପୁଟୀ କଲେକ୍ଟର ସେଖ ନସିମ, ଆସିଷ୍ଟାଣ୍ଟ କଲେକ୍ଟର କୁରୁକ୍ଷେତ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ l ଉପନିର୍ବାଚନ ପାଇଁ ପ୍ରଶାସନିକ ସ୍ତରରେ ବ୍ୟାପକ ପୂର୍ବ ପ୍ରସ୍ତୁତି ସହିତ ଆଇନଶୃଙ୍ଖଳା ଏବଂ ଇ ଭି ଏମ୍ ଓ ଭି ଭି ପାଟ କାର୍ଯ୍ୟକ୍ଷମ ରହିବା ତଥା ନିର୍ବାଚନ ପରେ ଏହାର ସମୁଚିତ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ସମସ୍ତ ସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି l ସୂଚନାଯୋଗ୍ୟ ଯେ ନୂଆପଡା ବିଧାନ ସଭା ନିର୍ବାଚନ ମଣ୍ଡଳୀ-୭୧ ର ବିଧାୟକ ରାଜେନ୍ଦ୍ର ଢୋଲକିଆ ଙ୍କ ଅସମୟ ଦେହାନ୍ତ ପରେ ଏଠାରେ ଉପ ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରସ୍ତୁତି ଆରମ୍ଭ କରିଛନ୍ତି ।
ନେସନାଲ କଲେଜରେ ଇ ଭି ଏମ୍ ଓ ଭି ଭି ପାଟ ଷ୍ଟ୍ରଙ୍ଗ ରୁମ୍ ସ୍ଥିତି ସମୀକ୍ଷା କଲେ ଜିଲ୍ଲାପାଳ
72