Home ରାଜ୍ୟନୂଆପଡ଼ାରେ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସ। ମେଳାରେ ନାରୀ ଶକ୍ତି ର ପରାକାଷ୍ଠା ପ୍ରତିପାଦିତ।

ନୂଆପଡ଼ାରେ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳାର ଦ୍ଵିତୀୟ ଦିବସ। ମେଳାରେ ନାରୀ ଶକ୍ତି ର ପରାକାଷ୍ଠା ପ୍ରତିପାଦିତ।

by Maraguda Express
0 comments

ନୂଆପଡା- ୧୭/୦୧ (ସୁରେନ୍ଦ୍ର ତିୱାରୀ) ଜିଲ୍ଲା କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନୂଆପଡାରେ ପାଞ୍ଚ ଦିନିଆ ଜିଲ୍ଲା ସ୍ତରୀୟ କୃଷି ମହୋତ୍ସବ ଓ ଯନ୍ତ୍ରପାତି ମେଳାର ଆଜି ଦ୍ଵିତୀୟ ଦିନ ଥିଲା l ଆଜି ମେଳାରେ ନାରୀ ଶକ୍ତି ର ପରାକାଷ୍ଠା ପ୍ରତିପାଦିତ ହୋଇଥଲା । ଅତିଥି ମାନଙ୍କ ସହିତ ସମସ୍ତ ସମ୍ମାନିତ ଚାଷୀ ମଧ୍ୟ ମହିଳା ଥିଲେ । ମୁଖ୍ୟ ଅତିଥି ହିସାବରେ ଶ୍ରୀମତୀ ଦୀପିକା ଦୀପ୍, ଉପାଧ୍ୟକ୍ଷା ଜିଲ୍ଲା ପରିଷଦ ,ନୂଆପଡା ଥିଲା ବେଳେ ସମ୍ମାନିତ ଅତିଥି ରୂପେ ଶ୍ରୀମତୀ ତାରେଶ୍ୱରୀ ସାହୁ, ଅଧ୍ୟକ୍ଷା ପଞ୍ଚାୟତ ସମିତି, ନୂଆପଡା, ଶ୍ରୀମତୀ ଅନୁସୁୟା କୁମ୍ଭାର, ଅଧ୍ୟକ୍ଷା ପଞ୍ଚାୟତ ସମିତି କୋମନା , ଶ୍ରୀମତୀ ପୁଷ୍ପାଞ୍ଜଳୀ ନନ୍ଦ,ଅଧ୍ୟକ୍ଷା ପଞ୍ଚାୟତ ସମିତି ଖଡିଆଳ ,ଶ୍ରୀମତୀ ସୋନିଆ ଗୋଲ୍ଡି ଅଗ୍ରୱାଲ, ଅଧ୍ୟକ୍ଷା ବିଜ୍ଞାପିତ ଅଞ୍ଚଳ ପରିଷଦ, ଖରୀଆର ରୋଡ ଯୋଗ ଦେଇଥିଲେ । କୃଷି ବିଭାଗ ତରଫରୁ କୃଷି ଅଧିକ୍ଷଣ ଯନ୍ତ୍ରୀ, ସମ୍ବଲପୁର ଡିଭିଜନ ନରେନ୍ଦ୍ର ପଣ୍ଡା ଓ କଳାହାଣ୍ଡି କୃଷି ବିଭାଗ ନିର୍ବାହୀ ଯନ୍ତ୍ରୀ ଅଜୟ ମାରାଣ୍ଡି ଅତିଥି ରୂପେ ମଞ୍ଚାସିନ ଥିଲେ । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଦୀପ କୁମାର ନାୟକ ସମସ୍ତଙ୍କୁ ସ୍ଵାଗତ କରି ନିଜ ବିଭାଗର ସଫଳତା ଏବଂ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ । ନିମନ୍ତ୍ରିତ ସମସ୍ତ ଅତିଥି କୃଷକ ମାନଙ୍କୁ ସମାଜ ର ଅନ୍ନଦାତା ରୂପେ ସ୍ବୀକାର କରି ସେମାନଙ୍କ କିଭଳି ଆର୍ଥିକ ଉନ୍ନତି ହୋଇ ପାରିବ ତାହା ଉପରେ ନିଜ ନିଜ ବକ୍ତବ୍ୟ ରଖିଥିଲେ । କୃଷିର ଉନ୍ନତି ମାଧ୍ୟମରେ ଜିଲ୍ଲାର ପ୍ରଗତି ହୋଇ ପାରିବ ବୋଲି କହିଥିଲେ । ଏହି ଅବସରରେ ସଫଳ କୃଷକ ଓ କୃଷି ଉଦ୍ୟୋଗୀ ନମିତା ରାଉତ, ହେମଲତା ରଣା, ସୁଶୀଳା ସୁନାନୀ, ମେନକା ମାଝୀ,ରେଖା ବାଇ ସାହୁ, କୌଶଲ୍ୟା ବାଗ, ନିର୍ମଳା ମାଝି ଶ୍ରୀକୃଷ୍ଣ ମହିଳା ସ୍ଵୟଂ ସହାୟକ ଦଳ, ମମିତା ମାଝୀ ଜୟମା ସରସ୍ଵତୀ ମହିଳା ସ୍ଵୟଂ ସହାୟକ ଦଳ, ଗୁରୁବାରି ମାଝୀ ସନ୍ତୋଶୀ ମହିଳା ସ୍ଵୟଂ ସହାୟକ ଦଳ, ଦୁଇ ଭିନ୍ନକ୍ଷମ ଭଉଣୀ ରୁକ୍ମଣୀ ପଟେଲ ଏବଂ ଭଗବତୀ ପଟେଲ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ମନିଶା ସାହୁଙ୍କୁ ଏଗ୍ରୋ ସର୍ଭିସ୍ ସେଣ୍ଟର ପ୍ରଦାନ କରାଯାଇଥିଲା । ସମସ୍ତ ସଫଳ ମହିଳା ଚାଷୀ ମାନଙ୍କୁ ମହିଳା ଅତିଥି ମାନେ ସମ୍ମାନିତ କରିବା ଏକ ଆବେଗମୟ ପରିବେଶ ସୃଷ୍ଟି କରିଥିଲା। ମଞ୍ଚର ଉଦ୍ଘୋସିକା ମଧ୍ୟ ଜଣେ ମହିଳା, ଅଧ୍ୟାପିକା ପ୍ରିୟଙ୍କା ମୁଣ୍ଡ ଥିଲେ । ଅପରାହ୍ନରେ କୃଷି ଅଧିକାରୀ ଓ ବୈଜ୍ଞାନିକ ମାନେ କୃଷକ ମାନଙ୍କ ସହିତ ଭାବ ବିନିମୟ କରି ବିଭିନ୍ନ ଉପଦେଶ ଦେଇଥିଲେ । ଏହି ମେଳାରେ କୃଷି ଓ ଆନୁସଙ୍ଗିକ ବିଭାଗର ୪୦ ଟି ଷ୍ଟଲ ସ୍ଥାନ ପାଇଚି । ପ୍ରତିଦିନ ବିଭିନ୍ନ ବ୍ଲକ୍ ରୁ ଶହ ଶହ କୃଷକଙ୍କ ସମାଗମ ହେଉଛି। ଏହି ମେଳା ସହିତ ଶ୍ରୀ ଅନ୍ନ ମହୋତ୍ସବ ବି ଅନୁଷ୍ଠିତ ହୋଇଛି। ମିଲେଟ ରେ ପ୍ରସ୍ତୁତ କ୍ଷୀରି ଓ ଅନ୍ୟାନ୍ୟ ମିଠା ପ୍ରଦାନ କରା ଯାଉଛି । ମେଳା ଅବସରରେ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମ ଆୟୋଜିତ ହୋଇଥିଲା।ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଦ୍ଵାରା ଜିଲ୍ଲାକୁ ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଜିଲ୍ଲା ଘୋଷଣା କରିବା ଓ ଏହାକୁ କାର୍ଯ୍ୟକାରୀ କରିବା ବିଷୟ ଉପରେ ମେଳାରେ ନେସନାଲ ହାଇସ୍କୁଲର ଛାତ୍ରୀମାନେ ଏକ ଚିତ୍ତାକର୍ଷକ ନାଟକ ପ୍ରଦର୍ଶନ କରିଥିଲେ l ଏହାକୁ ଜିଲ୍ଲା ସଂଯୋଜକ ଗ୍ରାମ୍ୟ ପରିମଳ ବିଭାଗ, ଅନିଲ ଲେଙ୍କା ରଚନା ଓ ନିର୍ଦ୍ଦେଶନା ଦେଇଥିଲେ । କୃଷି ମହୋତ୍ସବ ଓ ମେଳା ପରିଚାଳନା ରେ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସହାୟତା କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha