Home ରାଜ୍ୟସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସିନାପାଲିରେ ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ।

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସିନାପାଲିରେ ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ।

by Maraguda Express
0 comments

ନୂଆପଡ଼ା -୨୪/୦୧- (ସୁରେନ୍ଦ୍ର ତିୱାରୀ) ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ସିନାପାଲି ପଞ୍ଚାୟତ ସମିତି ତରଫରୁ ଶନିବାର ସ୍ଥାନୀୟ ପିଏମଶ୍ରୀ ଉଚ୍ଚ ବିଦ୍ଯାଳୟ ଠାରେ ଗୀତ ଓ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଏଥିରେ ସିନାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିଭିନ୍ନ ବିଦ୍ଯାଳୟର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଗୀତ ପ୍ରତିଯୋଗିତାର କନିଷ୍ଠ ସ୍ତରରେ ଅନିଷ୍କା ମେହେର, ପ୍ରଜ୍ଞା ପରମିତା ନାଗ, ତୋଷା ମଣି ମେହେର ଓ ବରିଷ୍ଠ ସ୍ତରରେ ଦିବ୍ଯା ମେହେର, ଚୈତନ୍ଯ ଜଗତ, ଦେବେଶ୍ୱର ମେହେର ଏବଂ ସର୍ବ ବରିଷ୍ଠ ସ୍ତରରେ ଅର୍ଚ୍ଚିତା ବନ୍ଦିଛୋର, ଶୃତି ମୟୀ ବାଗ, ମନିଷା ମାଝୀ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ଅଧିକାର କରିଥିଲେ । ସେହିପରି ବକ୍ତୃତା ପ୍ରତିଯୋଗିତାର କନିଷ୍ଠ ସ୍ତରରେ ସୂର୍ଯ୍ଯାଂଶୁ ମୁଣ୍ତ, ମେହକ ଅଗ୍ରୱାଲ, ଆରୁଷି ଅଗ୍ରୱାଲ, ବରିଷ୍ଠରେ ଭେନୁପ୍ରତାପ ସା ଓ ଚନ୍ଦ୍ରକଳା ମଶ୍ରା, ସାଇ ସମୄଦ୍ଧି ପାତ୍ର, ପ୍ରାଞ୍ଜଲ କାଛି, ସର୍ବ ବରିଷ୍ଠ ସ୍ତରରେ ବବିତା ମାଝୀ, ନନ୍ଦିନୀ ମାଝୀ, ସ୍ନେହଲତା ପ୍ରଧାନ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୄତୀୟ ସ୍ଥାନ ହାସଲ କରିଥିଲେ। ପ୍ରତିଯୋଗିତାର ବିଚାରକ ଭାବରେ ସତ୍ଯରୂପା ଯୋଷୀ, ବୈଷ୍ଣବ ମେହେର, ଅତୁଳ କୁମାର ପାତ୍ର, ପ୍ରଦ୍ଯୁମ୍ନ ସିଂହ ଚିନ୍ଦା, ମିନାକ୍ଷୀ ପାଢ଼ୀ, ନିକୁଞ୍ଜ ବିହାରୀ ସା, ଚୂଡ଼ାମଣି ମେହେର, ନମିତା ମେହେର, ବଂଶୀଧର ଜଗତ ଯୋଗ ଦେଇଥିଲେ।କାର୍ଯ୍ଯକ୍ରମ ପରିଚାଳନାରେ ବୁଦ୍ଧଦେବ ମେହେର,ମନୋଜ ଜଗତ,ଅନିଲ ସା,ଦୁଷ୍ମନ୍ତ ପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha