83
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଦାଶ ତମିଲନାଡୁର ଏକ ଦମ୍ପତିଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ପ୍ରମାଣପତ୍ର ପ୍ରଦାନ କରିଥିଲେ। ଉକ୍ତ ଦମ୍ପତି ଜିଲ୍ଲାରେ ଚାଇଲ୍ଡଲାଇନ ନୂଆପଡା ଦ୍ୱାରା ୩ ଅକ୍ଟୋବର ୨୦୨୫ ରେ ଉଦ୍ଧାର କରାଯାଇଥିବା ଏକ ନବଜାତ କନ୍ୟା ଶିଶୁକୁ ପୋଷ୍ୟ ନେଇଛନ୍ତି।ଚାଇଲ୍ଡଲାଇନ ନୂଆପଡା ଦ୍ୱାରା ଉଦ୍ଧାର ପରେ ଉକ୍ତ ଶିଶୁକୁ ଉତ୍କଳ ବାଳାଶ୍ରମ ସ୍ପେସିଆଲାଇଜ୍ଡ ଆଡପ୍ସନ ଏଜେନ୍ସି (SAA), ନୂଆପଡାରେ ରଖାଯାଇଥିଲା। ୧୦ ନଭେମ୍ବର ୨୦୨୫ ତାରିଖରେ ଶିଶୁଟିକୁ ଆଇନଗତ ଭାବେ ପୋଷ୍ୟ ପାଇଁ ମୁକ୍ତ ଘୋଷଣା କରାଯାଇଥିଲା। ଏହାପରେ ତମିଲନାଡୁର ପୋଷ୍ୟ ଅଭିଭାବକମାନେ ଶିଶୁଟିକୁ ପୋଷ୍ୟ ଗ୍ରହଣ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ୫ ଡିସେମ୍ବର ୨୦୨୫ ତାରିଖରେ ଆଡପ୍ସନ କମିଟି ଦ୍ୱାରା ଦସ୍ତାବେଜ ସତ୍ୟାପନ ପରେ ଶିଶୁଟିକୁ ପ୍ରି-ଆଡପ୍ସନ ଫୋଷ୍ଟର କେୟାର ଅନ୍ତର୍ଗତ ପୋଷ୍ୟ ଅଭିଭାବକଙ୍କୁ ହସ୍ତାନ୍ତର କରାଯାଇଥିଲା। ସମସ୍ତ ଆଇନଗତ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ଆଜି ୨୯ ତାରିଖରେ ଜିଲ୍ଲାପାଳଙ୍କ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣ ଆଦେଶ ଜାରି କରାଯାଇଛି। ଏହା ନୂଆପଡା ଜିଲ୍ଲାର ପ୍ରଥମ ସଫଳ ପୋଷ୍ୟ ସନ୍ତାନ ଗ୍ରହଣ ମାମଲା ଭାବେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଜିଲ୍ଲାପାଳ ଏହି ଅବସରରେ କହିଥିଲେ ଯେ, ଶିଶୁମାନଙ୍କ ସୁରକ୍ଷା, ପୁନର୍ବାସ ଓ ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତ ସମ୍ପୃକ୍ତ ବିଭାଗ ମଧ୍ୟରେ ସମନ୍ୱୟ, ସହଯୋଗ ଓ ସକ୍ରିୟ ଭୂମିକା ଅତ୍ୟନ୍ତ ଆବଶ୍ୟକ।

ନୂଆପଡା -୨୯/୦୧ (ସୁରେନ୍ଦ୍ର ତିୱାରୀ) ନୂଆପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ (DCPU) ର ଏକ ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାରେ ଶିଶୁ ସୁରକ୍ଷା, ପୁନର୍ବାସ ଓ କଲ୍ୟାଣ ସମ୍ପର୍କିତ କାର୍ଯ୍ୟାବଳୀ ଉପରେ ସମୀକ୍ଷା କରାଯାଇଥିଲା।