60
ନୂଆପଡ଼ା -୯/୨ (ମାରାଗୁଡ଼ା ଏକ୍ସପ୍ରେସ ) ନୂଆପଡ଼ା ଜିଲ୍ଲା ସିନାପାଲି ଗୋଷ୍ଠି ଶିକ୍ଷା ଅନ୍ତର୍ଗତ ଚଳନା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ଯାଳୟର ଦୁଇ ଜଣ ଛାତ୍ରୀ ଚତୁର୍ଥର ଶ୍ରେଣୀର ଯାଜ୍ଞସେନୀ ମଶ୍ରା ଏବଂ ପଞ୍ଚମ ର ଆରୋହୀ ନିଆଲ ୨୦୨୫/୨୬ ଶିକ୍ଷାବର୍ଷ ପାଇଁ ଅନୁଷ୍ଠିତ ମେଧାବୄତ୍ତି ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡ଼ିଛି । ଖବର ଜଣାପଡ଼ିଲା ପରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ମହଳରେ ଆନନ୍ଦ ପ୍ରକାଶ ପାଇଛି । ଉଭୟ ଛାତ୍ରୀଙ୍କୁ ସିନାପାଲି ବିଇଓ ଯତୀନ୍ଦ୍ର କୁମାର ସେଠ ଅଭିନନ୍ଦନ ଜଣାଇଥିବା ବେଳେ ବିଦ୍ଯାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରଦୀପ କୁମାର ଯୋଷୀ, ଶିକ୍ଷକ ବୈଷ୍ଣବ ମେହେର, କିଶୋର ମେହେର ଶିକ୍ଷୟତ୍ରୀ ମମିତା ପଟ୍ଟଯୋଷୀ, ସୁମିତ୍ରା ମେହେର ମଧ୍ଯ ଶୁଭେଚ୍ଛା ଜଣାଇ ସେମାନଙ୍କ ଉଜ୍ଜଳ ଭବିଷ୍ଯତର କାମନା କରିଛନ୍ତି ।
ସୂଚନାଯୋଗ୍ଯ ଯେ ଗତ କିଛିବର୍ଷ ହେଲା ଏହି ବିଦ୍ଯାଳୟର ଛାତ୍ରଛାତ୍ରୀ ମାନେ ଲଗାତାର ଭାବରେ ଏନଏମଏମଏସ ପରୀକ୍ଷାରେ ସଫଳତା ଅର୍ଜନ କରି ବିଦ୍ଯାଳୟର ମାନ ବୄଦ୍ଧି କରି ଆସୁଛନ୍ତି । ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀଙ୍କ ଏଭଳି ପରିଶ୍ରମକୁ ବିଭିନ୍ନ ମହଳରେ ପ୍ରଶଂସା କରାଯାଇଛି ।