Home ରାଜ୍ୟଏନଏମଏମଏସ  ବୃତ୍ତି ପରୀକ୍ଷାରେ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱୈତ ସଫଳତା : ଝରଣା ଓ ରାଶିଙ୍କୁ ସମ୍ବର୍ଦ୍ଧନା।

ଏନଏମଏମଏସ  ବୃତ୍ତି ପରୀକ୍ଷାରେ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦ୍ୱୈତ ସଫଳତା : ଝରଣା ଓ ରାଶିଙ୍କୁ ସମ୍ବର୍ଦ୍ଧନା।

by Maraguda Express
0 comments
ନୂଆପଡ଼ା – ୧୭/୦୫ – ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଦୁଇଜଣ କୃତୀ ଛାତ୍ରୀ ଜାତୀୟ ଆୟ ଭିତ୍ତିକ ମେଧା ବୃତ୍ତି (ଏନଏମଏମଏସ) ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରି ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି। ବିଦ୍ୟାଳୟର ଛାତ୍ରୀ ଝରଣା ମଶ୍ରା ଓ ରାଶି ପୁଝାରୀ ଏହି ସମ୍ମାନଜନକ ବୃତ୍ତି ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିବା ଜଣାପଡ଼ିଛି।ଏହି ସଫଳତା ଖବର ପ୍ରଚାରିତ ହେବା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ ପରିଚାଳନା କମିଟି ଓ ସ୍ଥାନୀୟ ଅଭିଭାବକ ମହଲରେ ଉତ୍ସାହର ପରିବେଶ ଦେଖିବାକୁ ମିଳିଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିନ ପ୍ରଧାନ ଶିକ୍ଷକ ପ୍ରଦୀପ ଯୋଷୀଙ୍କ ପୌରୋହିତ୍ୟରେ ଏକ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଥିଲା। ବିଦ୍ୟାଳୟ ତରଫରୁ ଉଭୟ ମେଧାବୀ ଛାତ୍ରୀଙ୍କୁ ଫୁଲତୋଡ଼ା ଓ ଉପଢ଼ୌକନ ପ୍ରଦାନ କରାଯାଇ ଭବିଷ୍ୟତ ପାଇଁ ଶୁଭେଚ୍ଛା ଜଣାଯାଇଥିଲା।ଉକ୍ତ ସଭାରେ ବରିଷ୍ଠ ଶିକ୍ଷୟିତ୍ରୀ ମମିତା ପଟ୍ଟଯୋଷୀ, ଶିକ୍ଷକ ବୈଷ୍ଣବ ମେହେର, କିଶୋର ଚନ୍ଦ୍ର ମେହେର ଏବଂ ଶିକ୍ଷୟିତ୍ରୀ ସୁମିତ୍ରା ମେହେର ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। “କଠିନ ପରିଶ୍ରମ, ନିୟମିତ ଶୃଙ୍ଖଳା ଓ ନିଷ୍ଠାର ସହ କାର୍ଯ୍ୟ କଲେ ସଫଳତା ନିଶ୍ଚିତ ମିଳେ” ବୋଲି ଅତିଥିମାନେ ନିଜ ଅଭିଭାଷଣରେ ମତ ପୋଷଣ କରିଥିଲେ।ସୂଚନାଯୋଗ୍ୟ ଯେ, ଗତ କିଛି ବର୍ଷ ହେଲା ଚଳନା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ କ୍ରମାଗତ ଭାବରେ ଏନଏମଏମଏସ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଆସୁଛନ୍ତି। ବିଦ୍ୟାଳୟର ଏହି ଗୌରବମୟ ସଫଳତା ପଛରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଉତ୍ସର୍ଗୀକୃତ ଶିକ୍ଷାଦାନ ଓ ଛାତ୍ରଛାତ୍ରୀଙ୍କ ଏକାଗ୍ରତାକୁ ସାଧାରଣରେ ବେଶ୍ ପ୍ରଶଂସା କରାଯାଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha