Home ରାଜ୍ୟଶିକ୍ଷା କ୍ଷେତ୍ରରେ ନୂଆ ବିପ୍ଳବ : ନୂଆପଡ଼ାର ଦୁଇ ସ୍କୁଲରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ।

ଶିକ୍ଷା କ୍ଷେତ୍ରରେ ନୂଆ ବିପ୍ଳବ : ନୂଆପଡ଼ାର ଦୁଇ ସ୍କୁଲରେ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ’ର ଶିଳାନ୍ୟାସ।

by Maraguda Express
0 comments
ନୂଆପଡ଼ା -୭/୬- ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ ଓ ଆଧୁନିକ କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ବଡ଼ ପଦକ୍ଷେପ ନିଆଯାଇଛି। ଦ୍ୱିତୀୟ ପର୍ଯ୍ୟାୟରେ ରାଜ୍ୟର ୨୦୪ ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି କ୍ରମରେ ନୂଆପଡ଼ା ଜିଲ୍ଲାର ଦୁଇଟି ପ୍ରମୁଖ ବିଦ୍ୟାଳୟକୁ ଏହି ଯୋଜନାରେ ସାମିଲ କରାଯାଇ ଏହାର ଶିଳାନ୍ୟାସ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କରକମଳ ରେ ଆଭାସୀ ମାଧ୍ୟମରେ ସମ୍ପନ୍ନ ହୋଇଯାଇଛି।ନୂଆପଡ଼ା ଜିଲ୍ଲାର ପ୍ରାଥମିକ ଶିକ୍ଷାର ମାନ ବୃଦ୍ଧି ପାଇଁ ନିମ୍ନଲିଖିତ ଦୁଇଟି ବିଦ୍ୟାଳୟକୁ ମନୋନୀତ କରାଯାଇଛି।ସରକାରୀ ଉଚ୍ଚ ବିଦ୍ୟାଳୟ, ଜେଞ୍ଜେରା ଏବଂ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କୁକୁଡ଼ାତାଳ।ଏହି ବିଦ୍ୟାଳୟଗୁଡ଼ିକୁ କେବଳ ଇଟା-ପଥରର କୋଠା ନୁହେଁ, ବରଂ ଜ୍ଞାନର ଆଧୁନିକ କେନ୍ଦ୍ର ଭାବେ ଗଢ଼ି ତୋଳାଯିବ। ଏହି ଯୋଜନା ଅଧୀନରେ ନିମ୍ନ ସବୁ ସୁବିଧା ରହିବ।
ସ୍ମାର୍ଟ ଶ୍ରେଣୀଗୃହ — ଡିଜିଟାଲ ମାଧ୍ୟମ ରେ ପାଠପଢ଼ା,
ଆଧୁନିକ ପରୀକ୍ଷାଗାର, ପ୍ରାକ୍ଟିକାଲ୍ ଶିକ୍ଷା ପାଇଁ ସୁବିଧା,
ସମୃଦ୍ଧ ପାଠାଗାର ବହି ପଢ଼ିବାର ସୁଯୋଗ,
ଉନ୍ନତ ଶିକ୍ଷଣ ଉପକରଣ ଓ ଛାତ୍ରଛାତ୍ରୀଙ୍କ ସହଜ ବୁଝିବା ପାଇଁ ଆଧୁନିକ କିଟ୍ ବ୍ୟବସ୍ଥା ରହିବ।           ରାଜ୍ୟସ୍ତରୀୟ ଉତ୍ସବ ଓ ହେଭିୱେଟ୍‌ଙ୍କ ଉପସ୍ଥିତି।
ଖୋର୍ଦ୍ଧା ଜିଲ୍ଲାର ଲୋକନାଥ ଦେବ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଜ୍ୟର ଅନେକ ବରିଷ୍ଠ ମନ୍ତ୍ରୀ ଉପସ୍ଥିତ ଥିଲେ।ନିତ୍ୟାନନ୍ଦ ଗଣ୍ଡ (ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ), ପୃଥ୍ୱୀରାଜ ହରିଚନ୍ଦନ (ଆଇନ ମନ୍ତ୍ରୀ), ସୁରେଶ ପୂଜାରୀ (ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ)। ମୁଖ୍ୟମନ୍ତ୍ରୀଙ୍କ ସହ ସିଧାସଳଖ କଥା ହେଲେ ନୂଆପଡ଼ାର ଶିକ୍ଷୟିତ୍ରୀ
ଏହି ଅବସର ରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ, କୋରାପୁଟ, ବାଲେଶ୍ୱର ଓ ନୂଆପଡ଼ା ଜିଲ୍ଲାର ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲାର ଶିକ୍ଷୟିତ୍ରୀ ପ୍ରମିଳା କୁଣ୍ଡ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା କରି, ଏହି ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା ଦ୍ୱାରା ଶିକ୍ଷାର ଭିତ୍ତିଭୂମି କିପରି ସୁଦୃଢ଼ ହେବ ଏବଂ ଛାତ୍ରଛାତ୍ରୀମାନେ କିପରି ଲାଭବାନ ହେବେ, ସେ ବିଷୟରେ ନିଜର ମତ ରଖିଥିଲେ।
ନୂଆପଡ଼ା ଜିଲ୍ଲାର ଜେଞ୍ଜେରା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଏକ ଜିଲ୍ଲାସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାପାଳ ମଧୁସୂଦନ ଦାଶ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ବିଧାୟକ କହିଥିଲେ ଯେ, “ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ଶିକ୍ଷାର ଗୁଣାତ୍ମକ ବିକାଶରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।”କାର୍ଯ୍ୟକ୍ରମରେ ସ୍ଥାନୀୟ ଜନପ୍ରତିନିଧି ଏବଂ ପ୍ରଶାସନିକ ଅଧିକାରୀମାନେ ବହୁ ସଂଖ୍ୟାରେ ସାମିଲ ହୋଇଥିଲେ ଯଥା
ଡ଼ଃ ସୋନିଆ ଜୈନ ଖରିଆର ରୋଡ଼ ଏନ୍‌ଏସି ଅଧ୍ୟକ୍ଷା,ତାରେଶ୍ୱରୀ ସାହୁ ନୂଆପଡ଼ା ବ୍ଲକ ଅଧ୍ୟକ୍ଷା,
ଅନୁସୂୟା କୁମ୍ଭାର କୋମନା ବ୍ଲକ ଅଧ୍ୟକ୍ଷା,
ଉମା ଠାକୁର ଜିଲ୍ଲା ପରିଷଦ ସଦସ୍ୟା,
କୁନ୍ତୀବାଇ ସାହୁ ପଞ୍ଚାୟତ ସମିତି ସଦସ୍ୟା ଓ ଶିବପ୍ରସାଦ ବେହେରା ବିଶିଷ୍ଟ ଶିକ୍ଷାବିତ ପ୍ରମୁଖ ଉପସ୍ଥିତ ଥିଲେ।
“ପ୍ରାଥମିକ ଶିକ୍ଷାର ଚେହେରା ବଦଳିବ” – ଜିଲ୍ଲାପାଳ
କାର୍ଯ୍ୟକ୍ରମ ଶେଷରେ ଗଣମାଧ୍ୟମକୁ ସୂଚନା ଦେଇ ଜିଲ୍ଲାପାଳ ମଧୁସୂଦନ ଦାଶ ଆଶା ପ୍ରକାଶ କରିଛନ୍ତି ଯେ, ଏହି ଯୋଜନା ଜିଲ୍ଲାର ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଏକ ବଡ଼ ପରିବର୍ତ୍ତନ ଆଣିବ। ଛାତ୍ରଛାତ୍ରୀମାନେ ଆଧୁନିକ ସୁବିଧା ପାଇବା ଦ୍ୱାରା ସେମାନଙ୍କର ସର୍ବାଙ୍ଗୀଣ ଏବଂ ବୌଦ୍ଧିକ ବିକାଶ ହୋଇପାରିବ।
ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ, ପ୍ରଧାନ ଶିକ୍ଷକ ଓମ୍ ପ୍ରକାଶ ସୁପକାରଙ୍କ ସମେତ ସ୍ଥାନୀୟ ଶିକ୍ଷକ, ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଗ୍ରାମବାସୀ ପ୍ରମୁଖ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha