Home ରାଜ୍ୟବିକାଶ ର ମହାଅଭିଯାନ : ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମରେ ସାମିଲ ହେଲେ ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ।

ବିକାଶ ର ମହାଅଭିଯାନ : ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମରେ ସାମିଲ ହେଲେ ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ।

by Maraguda Express
0 comments
ନୂଆପଡା -୧୦/୬- କେନ୍ଦ୍ର ସରକାରଙ୍କ ଗୌରବମୟ ୧୨ ବର୍ଷ, ରାଜ୍ୟ ସରକାରଙ୍କ ସଫଳ ୨ ବର୍ଷ ଏବଂ ଖରିଆର ରୋଡ୍ ଏନଏସି ର ୪ ବର୍ଷ ପୂର୍ତ୍ତି ଅବସରରେ ଆଜି ୱାର୍ଡ ନମ୍ବର ୨ ଏବଂ ୩ ରେ ଏକ ଭବ୍ୟ ‘ଜନସମ୍ପର୍କ ଓ ନାଗରିକ ସହଭାଗିତା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ବିଶେଷ ଅଭିଯାନରେ ଖରିଆର ରୋଡ୍ ଏନଏସି ଅଧ୍ୟକ୍ଷା ଡ଼ଃ ସୋନିଆ ଜୈନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ଜନସାଧାରଣଙ୍କ ସହ ସିଧାସଳଖ ବିସ୍ତୃତ ରୁପେ ଆଲୋଚନା କରିଛନ୍ତି।
କାର୍ଯ୍ୟକ୍ରମ ଅବସର ରେ ଅଧ୍ୟକ୍ଷା ଡ଼ଃ ଜୈନ ୱାର୍ଡର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ ଓ ସ୍ଥାନୀୟ ଜନସାଧାରଣଙ୍କ ସହ ଅତ୍ୟନ୍ତ ଆତ୍ମୀୟତାର ସହ ସମ୍ପର୍କ ସ୍ଥାପନ କରିଥିଲେ। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ସ୍ଥାନୀୟ ପୌରପାଳିକା ଦ୍ୱାରା ଚାଲିଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା,ସୁଶାସନର ପ୍ରୟାସ ଏବଂ ପ୍ରଗତିଶୀଳ ବିକାଶମୂଳକ କାର୍ଯ୍ୟକୁ ପ୍ରତିଟି ଘରେ ଘରେ ପହଞ୍ଚାଇବା ପାଇଁ ସେ ନିଜର ସଂକଳ୍ପ କୁ ପୁନରାବୃତ୍ତି କରିଥିଲେ।
“ଜନଭାଗିଦାରୀ ହିଁ ବିକାଶର ପ୍ରକୃତ ଶକ୍ତି”
ଏହି ଅବସରରେ ନିଜର ବାର୍ତ୍ତା ରଖି ଡକ୍ଟର ସୋନିଆ ଜୈନ କହିଛନ୍ତି ଯେ, “ଜନସାଧାରଣଙ୍କ ବିଶ୍ୱାସ, ସହଯୋଗ ଏବଂ ସକ୍ରିୟ ଅଂଶଗ୍ରହଣ ହିଁ ବିକାଶର ସବୁଠାରୁ ବଡ଼ ଶକ୍ତି। ଏହି ଭାବନାକୁ ପାଥେୟ କରି ଆମେ ସମସ୍ତେ ମିଶି ଏକ ସ୍ୱଚ୍ଛ, ସୁନ୍ଦର, ସମୃଦ୍ଧ ଓ ଆତ୍ମନିର୍ଭରଶୀଳ ସହର ଗଠନ କରିବା ସହ ‘ବିକଶିତ ଓଡ଼ିଶା’ ଏବଂ ‘ବିକଶିତ ଭାରତ’ ନିର୍ମାଣ ଦିଗରେ ନିରନ୍ତର କାର୍ଯ୍ୟ କରୁଛୁ।”
ଜନ ଭାଗିଦାରୀ କୁ ଜନ ଆନ୍ଦୋଳନ ରେ ପରିଣତ କରିବା
ସହର ର ପ୍ରଗତି କୁ ଏକ ନୂଆ ଶିଖରରେ ପହଞ୍ଚାଇବା ପାଇଁ ସେ ସମସ୍ତ ନାଗରିକଙ୍କୁ ଏହି ବିକାଶ ଅଭିଯାନରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି। ଆସନ୍ତୁ, ଆମେ ସମସ୍ତେ ମିଶି ଜନଭାଗିଦାରୀକୁ ଏକ ମହାନ୍ ଜନଆନ୍ଦୋଳନରେ ପରିଣତ କରିବା ଏବଂ ଖରିଆର ରୋଡ୍‌ର ବିକାଶ ଧାରାକୁ ଆହୁରି ଆଗକୁ ନେଇଯିବା ବୋଲି ଡ଼ଃ ଜୈନ ଆହ୍ୱାନ ଦେଇଛନ୍ତି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha