Home ରାଜ୍ୟସିନାପାଲି ରେ ‘ଇବିମାନ’ ଇ-ସ୍କୁଟି ଶୋ’ରୁମ୍‌ ଉଦ୍‌ଘାଟିତ : ଦୁଇ ଯୁବ ଇଞ୍ଜିନିୟରଙ୍କ କମାଲ, ପେଟ୍ରୋଲ୍‌ ଖର୍ଚ୍ଚ ରୁ ମିଳିବ ମୁକ୍ତି।

ସିନାପାଲି ରେ ‘ଇବିମାନ’ ଇ-ସ୍କୁଟି ଶୋ’ରୁମ୍‌ ଉଦ୍‌ଘାଟିତ : ଦୁଇ ଯୁବ ଇଞ୍ଜିନିୟରଙ୍କ କମାଲ, ପେଟ୍ରୋଲ୍‌ ଖର୍ଚ୍ଚ ରୁ ମିଳିବ ମୁକ୍ତି।

by Maraguda Express
0 comments
ନୂଆପଡ଼ା -୧୮/୦୬- ପରିବେଶ ସୁରକ୍ଷା ଓ ପେଟ୍ରୋଲ୍ ଦର ବୃଦ୍ଧିରୁ ମୁକ୍ତି ଦେବା ପାଇଁ ନୂଆପଡ଼ା ଜିଲ୍ଲାରେ ଏକ ବଡ଼ ପଦକ୍ଷେପ। ସିନାପାଲି ବଜାରରେ ଓଡ଼ିଶାର ନିଜସ୍ୱ ଷ୍ଟାର୍ଟଅପ୍ ‘’ ଦ୍ୱାରା ନିର୍ମିତ ଅତ୍ୟାଧୁନିକ ଇଲେକ୍ଟ୍ରିକ୍ ସ୍କୁଟି ଶୋ’ରୁମ୍‌ର ଭବ୍ୟ ଉଦ୍‌ଘାଟନ ହୋଇଯାଇଛି।
ବରିଷ୍ଠ ଆଇନଜୀବୀ ବୈଶମ୍ପାୟନ ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ନୂତନ ଶୋ’ରୁମ୍‌କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଏହି ଶୁଭ ଅବସରରେ ଅଞ୍ଚଳର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହି ଯୁବ ପିଢ଼ିଙ୍କ ଏହି ପ୍ରୟାସକୁ ବେଶ୍ ପ୍ରଶଂସା କରିଥିଲେ। ଏ ଅବସର ରେ
ଉତ୍ସବରେ ଯୋଗ ଦେଇଥିବା ପ୍ରମୁଖ ବ୍ୟକ୍ତିବିଶେଷ ଯଥା ବିଶିଷ୍ଟ ଶିକ୍ଷାବିତ୍ ତୁଳସୀ ରାମ ମେହେର, ନନ୍ଦ କୁମାର ପାତ୍ର, ବାମଦେବ ଦାସ, ଅଧ୍ୟାପକ ନବୀନ ଚନ୍ଦ୍ର ମେହେର,ବୈଷ୍ଣବ ମେହେର, ଜୟଦେବ ମେହେର,ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଲମ୍ବୋଦର ମେହେର, ଅତୁଳ ପାତ୍ର ଓ ମୁରାରୀ ଲାଲ ହୋତା ପ୍ରମୁଖ ଉପସ୍ଥିତ ଥିଲେ।
“ସାମ୍ପ୍ରତିକ ସମୟରେ ପେଟ୍ରୋଲ୍‌ର ବିକଳ୍ପ ଭାବେ ଇ-ସ୍କୁଟି ଏକ ଶ୍ରେଷ୍ଠ ମାଧ୍ୟମ। ଏହା କେବଳ ଗ୍ରାହକଙ୍କ ପକେଟ୍ ବଞ୍ଚାଇବ ପ୍ରଦୂଷଣ ମୁକ୍ତ ପରିବେଶ ଗଢ଼ିବାରେ ମଧ୍ୟ ସହାୟକ ହେବ।” ଉଦଘାଟନୀ ଉତ୍ସବରେ ଅତିଥିଙ୍କ ମତବ୍ୟକ୍ତ।
ସ୍ଥାନୀୟ ପ୍ରତିଭାଙ୍କ ‘ମେକ୍ ଇନ୍ ଓଡ଼ିଶା’ ସ୍ୱପ୍ନ – ସବୁଠାରୁ ଗର୍ବର ବିଷୟ ହେଉଛି, ଏହି ଆକର୍ଷଣୀୟ ଓ ଷ୍ଟାଇଲିସ୍ ଲୁକ୍‌ର ‘ଇବିମାନ’ ସ୍କୁଟିକୁ ପ୍ରସ୍ତୁତ କରିଛନ୍ତି ଆମ ମାଟିର ଦୁଇ ଯୁବ ଇଞ୍ଜିନିୟର। “ବୋଡ଼େନ ର ଅଭିଜିତ ମହାନ୍ତି ଏବଂ ସିନାପାଲି ର ଶୁଭମ ମେହେର” ଙ୍କ କଠିନ ପରିଶ୍ରମ ଓ ଜ୍ଞାନକୌଶଳ ଯୋଗୁଁ ଆଜି ଏହି ଷ୍ଟାର୍ଟଅପ୍ ସଫଳତାର ସହ ବଜାରକୁ ଓହ୍ଲାଇଛି।
କାହିଁକି ଖାସ୍ ‘ଇବିମାନ’ ସ୍କୁଟି ?
ଅତ୍ୟାଧୁନିକ ଡିଜାଇନ୍ ଓ ଯୁବପିଢ଼ିଙ୍କୁ ପସନ୍ଦ ଆସିଲା ଭଳି ଆକର୍ଷଣୀୟ ଲୁକ୍।
ଆର୍ଥିକ ସଞ୍ଚୟ -: ପେଟ୍ରୋଲ ଖର୍ଚ୍ଚରୁ ୧୦୦% ମୁକ୍ତି।
ଇକୋ- ଫ୍ରେଣ୍ଡଲି -: ଶୂନ୍ୟ ପ୍ରଦୂଷଣ, ସବୁଜ ଭବିଷ୍ୟତ।
ସ୍ଥାନୀୟ ଯୁବକମାନଙ୍କ ଏଭଳି ବ୍ୟବସାୟିକ ପ୍ରୟାସକୁ ନେଇ ଏବେ ସାରା ଜିଲ୍ଲାରେ ବେଶ୍ ଚର୍ଚ୍ଚା ଚାଲିଥିବା ବେଳେ ଶୋ’ରୁମ୍‌ରେ ଗ୍ରାହକଙ୍କ ଭିଡ଼ ଜମିବା ଆରମ୍ଭ ହେଲାଣି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha