64
ନୂଆପଡ଼ା -୩୦/୦୭ -ନୂଆପଡ଼ା ଜିଲ୍ଲାରେ ଲଗାଣ ବର୍ଷା ଏବଂ ନିମ୍ନାଞ୍ଚଳ ରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଆହୁରି ଜୋରଦାର କରାଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଏନଏସି ଅଞ୍ଚଳରେ ପରିସ୍ଥିତିର ନିରନ୍ତର ତଦାରଖ ଓ ସମନ୍ୱୟ ପାଇଁ ବରିଷ୍ଠ ଅଧିକାରୀମାନଙ୍କୁ ମୁତୟନ କରାଯାଇଛି।
ଆବଶ୍ୟକ ପଡ଼ିଲେ ଉଦ୍ଧାର, ସ୍ଥାନାନ୍ତରଣ, ରିଲିଫ ବଣ୍ଟନ, ଅସ୍ଥାୟୀ ଆଶ୍ରୟ କେନ୍ଦ୍ର ଓ ଜରୁରୀ ସାମଗ୍ରୀର ବ୍ୟବସ୍ଥାକୁ ତୁରନ୍ତ କାର୍ଯ୍ୟକାରୀ କରାଯିବ।ସେହିପରି ଭିତ୍ତିବନ୍ଧ ଭାଙ୍ଗିବା, ରାସ୍ତାଘାଟ କ୍ଷତିଗ୍ରସ୍ତ ହେବା, ଜନଧନ ହାନି କିମ୍ବା ଅନ୍ୟ କୌଣସି ଅଘଟଣ ସମ୍ପର୍କରେ ତୁରନ୍ତ ଜିଲ୍ଲା ଜରୁରୀ ପରିଚାଳନା କେନ୍ଦ୍ର (DEOC) କୁ ଅବଗତ କରିବାକୁ ନିର୍ଦ୍ଦେଶ ରହିଛି।