Home ରାଜ୍ୟପୂର୍ବତନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବେଣୁଧର ସାହୁଙ୍କ ବିୟୋଗରେ ଶୋକସଭା : ସ୍ମୃତିଚାରଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିକ୍ଷକ ସମାଜ।

ପୂର୍ବତନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବେଣୁଧର ସାହୁଙ୍କ ବିୟୋଗରେ ଶୋକସଭା : ସ୍ମୃତିଚାରଣ କରି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଲେ ଶିକ୍ଷକ ସମାଜ।

by Maraguda Express
0 comments

Table of Contents

ନୂଆପଡ଼ା -୧୧/୮- ନୂଆପଡ଼ା ଜିଲ୍ଲାର ପୂର୍ବତନ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବେଣୁଧର ସାହୁଙ୍କ ବିୟୋଗରେ ଶିକ୍ଷକ ସମାଜରେ ଶୋକର ଛାୟା ଖେଳିଯାଇଛି।  ନିଜ ପୈତୃକ ଗ୍ରାମରେ ସେ ଇହଲୀଳା ସମ୍ବରଣ କରିଥିବା ବେଳେ, ତାଙ୍କ ସ୍ମୃତିରେ  ନୂଆପଡ଼ା ଜିଲ୍ଲା ସିଟି ଶିକ୍ଷକ ସଂଘ ପକ୍ଷରୁ ଏକ ଶୋକସଭା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଛି।ସିଟି ଶିକ୍ଷକ ସଂଘର ସଭାପତି ଅମିଲାଲ ଶବରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶୋକସଭାରେ ବହୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷକ ସଂଗଠନର କର୍ମକର୍ତ୍ତା ଯୋଗଦେଇ ସ୍ୱର୍ଗତ ବେଣୁଧର ସାହୁଙ୍କ ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ଜାନ ସଭାପତି ଘନଶ୍ୟାମ ଭୋଇ, ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଶଙ୍କରର୍ଷଣ ପୁରୋହିତ, ପୂର୍ବତନ ସହ ବିଆରସିସି ଚୈତରାମ ନାୟକ, ପିଟିଏ ସଭାପତି ଜିତେନ୍ଦ୍ର ଖମାରୀ, ଯୁବ ନେତା କମଲେଶ ଠାକୁର, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ମିଶ୍ର ଓ ସନ୍ତୋଷ କୁମାର ଠାକୁର ପ୍ରମୁଖ ମଞ୍ଚାସୀନ ଥିଲେ।
ଶୋକସଭାରେ ସାନ ପ୍ରଧାନ, ସରସ୍ୱତୀ ଶବର, ସଞ୍ଜୟ ପାଢ଼ୀ, ପ୍ରମୋଦ ମିଶ୍ର, ଶାନ୍ତନୁ ସାହୁ, ବିନୋଦ ଠାକୁର, ଯୋଗେନ୍ଦ୍ର ବେହେରା, ଶ୍ୟାମାଚରଣ ଦଣ୍ଡସେନା ଓ ଚୁରନ୍ ସାହୁଙ୍କ ସମେତ ବହୁ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗଦେଇ ସ୍ୱର୍ଗତ ସାହୁଙ୍କ ସଂଗ୍ରାମମୟ ଜୀବନ ଓ ଶିକ୍ଷକ ସମାଜ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ।
ବକ୍ତାମାନେ କହିଥିଲେ ଯେ, ଶିକ୍ଷକ ସମାଜର ଅଧିକାର ଓ ସ୍ୱାର୍ଥ ପାଇଁ ବେଣୁଧର ସାହୁଙ୍କ ଅବଦାନ ଓ ସଂଗ୍ରାମୀ ଜୀବନ ସର୍ବଦା ସ୍ମରଣୀୟ ହୋଇ ରହିବ। ତାଙ୍କ ବିୟୋଗ ଶିକ୍ଷକ ସମାଜ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଉପସ୍ଥିତ ସମସ୍ତେ ମତବ୍ୟକ୍ତ କରିଥିଲେ।
ଶେଷରେ ସମସ୍ତେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ପ୍ରାର୍ଥନା କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha