113
ଭୁବନେଶ୍ୱରସ୍ଥିତ କୃଷି ଭବନ ପରିସରରେ ଆୟୋଜିତ ସ୍ୱତନ୍ତ୍ର ସମାରୋହରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓଙ୍କଠାରୁ ନୂଆପଡ଼ା ଜିଲ୍ଲା ପକ୍ଷରୁ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକ ହରେକୃଷ୍ଣ ଚାନ୍ଦ ହାଁସଦା ଏହି ସମ୍ମାନ ଗ୍ରହଣ କରିଛନ୍ତି।
ଏହି ଗୌରବମୟ ସଫଳତା ପାଇଁ ଜିଲ୍ଲାପାଳ ମଧୁସୂଦନ ଦାଶ ଉଦ୍ୟାନ କୃଷି ବିଭାଗକୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଦିନରେ ଆହୁରି ଉତ୍କର୍ଷ ହାସଲ ପାଇଁ ଶୁଭକାମନା ଜଣାଇଛନ୍ତି। ଏହି ସଫଳତା କେବଳ ଗୋଟିଏ ବିଭାଗର ନୁହେଁ, ବରଂ ସମଗ୍ର ଟିମ୍ର ମିଳିତ ପ୍ରୟାସର ପରିଣାମ ବୋଲି ଜିଲ୍ଲାପାଳ କହିଛନ୍ତି।
Table of Contents
ନୂଆପଡ଼ା -୧୪/୦୮- ଉଦ୍ୟାନ କୃଷି କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ଓ ସଫଳତା ପାଇଁ ନୂଆପଡ଼ା ଜିଲ୍ଲାକୁ ୨୦୨୫-୨୬ ବର୍ଷ ନିମନ୍ତେ ରାଜ୍ୟସ୍ତରୀୟ ‘ଶ୍ରେଷ୍ଠ ପ୍ରଦର୍ଶନକାରୀ ଜିଲ୍ଲା’ (Best Performer) ସମ୍ମାନ ପ୍ରଦାନ କରାଯାଇଛି। ଏହି ସମ୍ମାନ ନୂଆପଡ଼ାର ଉଦ୍ୟାନ କୃଷି କ୍ଷେତ୍ରରେ ଚାଲିଥିବା ସମନ୍ୱିତ ପ୍ରୟାସ ଓ ସଫଳ କାର୍ଯ୍ୟଧାରାକୁ ଏକ ନୂଆ ପରିଚୟ ଦେଇଛି।
