39
♻️ ପ୍ରଶାସନିକ ଅଭିଯାନରୁ ଜନଆନ୍ଦୋଳନ।
🌱 ଖୁଦପେଜ୍ରେ ‘ଅକ୍ସିଜେନ୍ ବ୍ୟାଙ୍କ’ ଓ ‘ମଡେଲ୍ ରୁରାଲ୍ ହାଟ୍’ ଉଦ୍ଘାଟିତ।
👥 ଅଧିକାରୀ, ଜନପ୍ରତିନିଧି ଓ ଗ୍ରାମବାସୀଙ୍କ ଉପସ୍ଥିତି।
🏅 ବୁଢ଼ାପଡ଼ାରେ ମଧ୍ୟ ଜିଲ୍ଲାପାଳଙ୍କୁ ସମ୍ମାନ।
🌍 ସ୍ୱଚ୍ଛ, ସବୁଜ ଓ ପ୍ଲାଷ୍ଟିକ୍ମୁକ୍ତ ନୂଆପଡ଼ା ଦିଗରେ ଆଉ ଏକ ପଦକ୍ଷେପ।
ଖୁଦପେଜ୍ ଓ ବୁଢ଼ାପଡ଼ାରେ ଜିଲ୍ଲାପାଳଙ୍କୁ ମିଳିଥିବା ଏହି ଦୁଇ ସମ୍ମାନ ଏବଂ ଗ୍ରାମସ୍ତରରେ ଗ୍ରହଣ କରାଯାଉଥିବା ଅଭିନବ ପଦକ୍ଷେପ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଗଢ଼ିଉଠିଥିବା ସୁଦୃଢ଼ ସହଭାଗିତାର ପ୍ରତୀକ ବୋଲି ମତ ପ୍ରକାଶ ପାଇଛି।ଜନଭାଗିଦାରୀ ମାଧ୍ୟମରେ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ୍ ବିରୋଧୀ ସଚେତନତାକୁ ଆହୁରି ବ୍ୟାପକ କରି ‘ସ୍ୱଚ୍ଛ, ସବୁଜ ଓ SUP Free Nuapada’ ଗଠନ ଦିଗରେ ଏହି ଅଭିଯାନ ଆଗାମୀ ଦିନରେ ଆହୁରି ଗତିଶୀଳ ହେବ ବୋଲି ଆଶା କରାଯାଉଛି।
Table of Contents
ନୂଆପଡ଼ା -୨୩/୦୮- ଏକକ ବ୍ୟବହାର ପ୍ଲାଷ୍ଟିକ୍ (SUP) ମୁକ୍ତ ନୂଆପଡ଼ା ଗଠନ ସହିତ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ଗ୍ରାମୀଣ ବିକାଶ ଦିଗରେ ଜିଲ୍ଲା ପ୍ରଶାସନର ଉଲ୍ଲେଖନୀୟ ପଦକ୍ଷେପକୁ ଗ୍ରାମାଞ୍ଚଳରୁ ମିଳିଛି ଉଚ୍ଚ ପ୍ରଶଂସା। ଏହି ପରିପ୍ରେକ୍ଷୀରେ ଖୁଦପେଜ୍ ଗ୍ରାମ ପଞ୍ଚାୟତ ଏବଂ ବୋଡ଼େନ ବ୍ଲକ ପଳସଦା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢ଼ାପଡ଼ା ଗ୍ରାମବାସୀଙ୍କ ପକ୍ଷରୁ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କୁ ସମ୍ମାନିତ କରାଯାଇଛି।
ଖୁଦପେଜ୍ ପକ୍ଷରୁ ଜିଲ୍ଲାପାଳଙ୍କୁ ‘ଖୁଦପେଜ୍ ଗୌରବ’ ସମ୍ମାନ ପ୍ରଦାନ କରାଯାଇଥିବାବେଳେ, ବୁଢ଼ାପଡ଼ାରେ ଏକକ ବ୍ୟବହାର ପ୍ଲାଷ୍ଟିକ୍ମୁକ୍ତ ଅଭିଯାନରେ ଜିଲ୍ଲାସ୍ତରୀୟ ନେତୃତ୍ୱ ପାଇଁ ‘ପ୍ରଶସ୍ତି ସମ୍ମାନ’ ପ୍ରଦାନ କରାଯାଇଥିଲା।




