Home ରାଜ୍ୟବିଶ୍ୱ ପର୍ଯ୍ୟଟନ ଦିବସରେ ନୂଆପଡ଼ାରେ ପ୍ରମୋ ରନ୍ : ପର୍ଯ୍ୟଟନ ସଚେତନତାର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରଛାତ୍ରୀ।

ବିଶ୍ୱ ପର୍ଯ୍ୟଟନ ଦିବସରେ ନୂଆପଡ଼ାରେ ପ୍ରମୋ ରନ୍ : ପର୍ଯ୍ୟଟନ ସଚେତନତାର ବାର୍ତ୍ତା ନେଇ ଦୌଡ଼ିଲେ ଶତାଧିକ ଛାତ୍ରଛାତ୍ରୀ।

by Maraguda Express
0 comments

Table of Contents

ନୂଆପଡ଼ା -୨୭/୦୯( ସୁରେନ୍ଦ୍ର ତିୱାରୀ ) ବିଶ୍ୱ ପର୍ଯ୍ୟଟନ ଦିବସ–୨୦୨୬ ଅବସରରେ ନୂଆପଡ଼ା ଜିଲ୍ଲାରେ ଜିଲ୍ଲାସ୍ତରୀୟ ସଚେତନତା ମାରାଥନ୍ ‘ପ୍ରମୋ ରନ୍’ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ମୁଖ୍ୟାଳୟ ପରିସରରୁ ପତାକା ଦେଖାଇ ଏହି ପ୍ରମୋ ରନ୍‌ର ଶୁଭାରମ୍ଭ କରିଥିଲେ। ମାରାଥନ୍‌ଟି ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ୍ ପର୍ଯ୍ୟନ୍ତ ଯାଇ ପୁନର୍ବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରକୁ ଫେରିଥିଲା।
🏃‍♀️🏃 ଶତାଧିକ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବର୍ଗର ଅଂଶଗ୍ରହଣକାରୀ ଉତ୍ସାହର ସହ ଏହି ଦୌଡ଼ରେ ସାମିଲ ହୋଇ ପର୍ଯ୍ୟଟନ ସଚେତନତାର ବାର୍ତ୍ତା ପ୍ରସାର କରିଥିଲେ।

🏆 ବାଳକ ବିଭାଗରେ ବିଜେତା

🥇 ପ୍ରଥମ: ଦିନେଶ କୁମାର ରାଉତ, ସରାବଙ୍ଗ
🥈 ଦ୍ୱିତୀୟ: ଦିନେଶ ସତନାମୀ, ଦର୍ଲିମୁଣ୍ଡା
🥉 ତୃତୀୟ: ଟୁନା କୈବର୍ତ୍ତ, ଖରିଆର

🏆 ବାଳିକା ବିଭାଗରେ ବିଜେତା

🥇 ପ୍ରଥମ: ଗୁଲାପ ରାଉତ, କୋଦୋମେରୀ
🥈 ଦ୍ୱିତୀୟ: କେଶଲତା ପାଣ୍ଡେ, ହଲଦୀ
🥉 ତୃତୀୟ: ଛାୟା ମାଝୀ, ଧରମବନ୍ଧାଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ସଭାରେ ପ୍ରମୋ ରନ୍‌ର ବିଜେତାମାନଙ୍କୁ ପୁରସ୍କୃତ କରାଯାଇଥିଲା।
🏖️ ପୁରୀ କୋଷ୍ଟାଲ ମାରାଥନ୍‌କୁ ନେଇ ଉତ୍ସାହ
ଜିଲ୍ଲାସ୍ତରୀୟ ପ୍ରମୋ ରନ୍‌ରେ ଅଂଶଗ୍ରହଣକାରୀମାନଙ୍କ ମଧ୍ୟରୁ ଚୟନିତ ପ୍ରତିଯୋଗୀମାନେ ଆସନ୍ତା ୧୩ ଡିସେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ପୁରୀ କୋଷ୍ଟାଲ ମାରାଥନ୍–୨୦୨୬ରେ ଅଂଶଗ୍ରହଣ କରିବେ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୁବାଷ ଚନ୍ଦ୍ର ରଇତ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ, ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ, ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ ମହାନ୍ତି, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରୋଶନ କୁମାର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ, ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା ଏବଂ ନୂଆପଡ଼ା ଏନ୍‌ଏସି ନିର୍ବାହୀ ଅଧିକାରୀ ସନ୍ଦୀପ କୁମାର ଚନ୍ଦ୍ରକାରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଛାତ୍ରଛାତ୍ରୀ ଓ ଗଣମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

📢 ନୂଆପଡ଼ାର ପର୍ଯ୍ୟଟନ ସ୍ଥଳୀ, ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ସମୃଦ୍ଧ ସଂସ୍କୃତିକୁ ଜାଣନ୍ତୁ, ଅନ୍ୟମାନଙ୍କୁ ଜଣାନ୍ତୁ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha