81
ନୂଆପଡ଼ା – ୨୯/୭ – ଖଡ଼ିଆଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ପ୍ରଶାନ୍ତ କୁମାର ପଣ୍ଡାଙ୍କ ସଭାପତିତ୍ୱରେ ସ୍ଥାନାନ୍ତରିତ ଚାରିଜଣ ଅଧ୍ୟାପକ-ଅଧ୍ୟାପିକାଙ୍କୁ ଉଦ୍ଦେଶ୍ୟ କରି ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଛି। ମହାବିଦ୍ୟାଳୟ ପରିବାର ପକ୍ଷରୁ ସେମାନଙ୍କର ଶିକ୍ଷା, ଗବେଷଣା ଓ ଅନୁଷ୍ଠାନର ସାର୍ବିକ ବିକାଶ ପ୍ରତି ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଥିଲା।