Home ରାଜ୍ୟଜାତୀୟ ଜନଗଣନା ୨୦୨୭ ପାଇଁ ସଚେତନତା ଶୋଭାଯାତ୍ରା : ଗଣନା ସମୟରେ ସଠିକ୍ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।

ଜାତୀୟ ଜନଗଣନା ୨୦୨୭ ପାଇଁ ସଚେତନତା ଶୋଭାଯାତ୍ରା : ଗଣନା ସମୟରେ ସଠିକ୍ ତଥ୍ୟ ଦେବାକୁ ଜିଲ୍ଲାପାଳଙ୍କ ଆହ୍ୱାନ।

by Maraguda Express
0 comments
ନୂଆପଡ଼ା ୦୧/୦୪ – ଜାତୀୟ ଜନଗଣନା-୨୦୨୭ ବିଷୟରେ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ  ନୂଆପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବିଶାଳ ସଚେତନତା ରାଲି ଗତ କାଲି ଆୟୋଜିତ ହୋଇଯାଇଛି। ଏହି ଶୋଭାଯାତ୍ରାକୁ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ମୁଖ୍ୟାଳୟ ଠାରୁ ବାହାରି ଏକତା ଛକ ପର୍ଯ୍ୟନ୍ତ ପରିଭ୍ରମଣ କରି ପୁନଃ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ସମାପ୍ତ ହୋଇଥିଲା। ରାଲି ସହ ଲାଉଡ୍ ସ୍ପିକର ମାଧ୍ୟମରେ ଜନଗଣନାର ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହା ସହ ଏକ ହସ୍ତାକ୍ଷର ଅଭିଯାନ ମଧ୍ୟ ଆୟୋଜିତ ହୋଇଥିଲା। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଜନଗଣନା ଏକ ଜାତୀୟ କାର୍ଯ୍ୟକ୍ରମ ଓ ଏଥିରେ ସମସ୍ତଙ୍କ ସକ୍ରିୟ ଅଂଶଗ୍ରହଣ ଅତ୍ୟାବଶ୍ୟକ। ସେ ନୂଆପଡ଼ା ଜିଲ୍ଲାର ସମସ୍ତ ଅଧିବାସୀଙ୍କୁ ଅନୁରୋଧ କରିଥିଲେ ଯେ, ସ୍ୱୟଂ ଗଣନା ରେ ସକ୍ରିୟ ଭାଗ ନେବା ସହ ମୂଳ ଗଣନା ସମୟରେ ଗଣନାକାରୀମାନଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରିବେ।
ଏହି କାର୍ଯ୍ୟକ୍ରମରେ ଏଡିଏମ୍ ସୁବାଷ ଚନ୍ଦ୍ର ରଇତ, ସିଡିଓ ଲମ୍ବୋଦର ଧରୁଆ, ଉପଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ଜିଲ୍ଲା ପରିଷଦ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ ସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଜନଗଣନା-୨୦୨୭ ଅନୁସାରେ ସ୍ୱୟଂ ଗଣନା ୦୧.୦୪.୨୦୨୬ ରୁ ୧୫.୦୪.୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ୧୬.୦୪.୨୦୨୬ ଠାରୁ ମୂଳ ଗଣନା କାର୍ଯ୍ୟ ଆରମ୍ଭ ହେବ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha