15
ଚିକିତ୍ସାଳୟ ପରିସରକୁ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ (SUP) ମୁକ୍ତ ରଖିବା ଉପରେ ମଧ୍ୟ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ପ୍ଲାଷ୍ଟିକ୍ ବ୍ୟବହାର ନକରିବା, ଆବର୍ଜନା ଏଣେତେଣେ ନପକାଇବା ଏବଂ ଆବର୍ଜନାର ସଠିକ୍ ପରିଚାଳନା କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ରୋଗୀଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ ସଠିକ୍ ନିରୀକ୍ଷଣ ପାଇଁ ରକ୍ତଚାପ (BP) ସମେତ ଅନ୍ୟାନ୍ୟ ଆବଶ୍ୟକ ପରୀକ୍ଷା କେବଳ ନିର୍ଦ୍ଧାରିତ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଦ୍ୱାରା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।
Table of Contents
ନୂଆପଡ଼ା ୧୮/୦୯- ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ପରିଦର୍ଶନ କରି ଚିକିତ୍ସାଳୟର ବିଭିନ୍ନ ୱାର୍ଡ ବୁଲି ରୋଗୀସେବା, ସ୍ୱଚ୍ଛତା, ପରିମଳ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ଜିଲ୍ଲାପାଳ ଅସ୍ଥିଶଲ୍ୟ, ସର୍ଜରୀ ଓ ମେଡିସିନ୍ ସମେତ ବିଭିନ୍ନ ୱାର୍ଡକୁ ଯାଇ ଭର୍ତ୍ତି ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା, ଚିକିତ୍ସା, ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସୁବିଧା ଠିକ୍ ଭାବେ ମିଳୁଛି କି ନାହିଁ, ସେନେଇ ସେ ପଚାରି ବୁଝିଥିଲେ।
ଚିକିତ୍ସାଳୟର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ପାଇଁ ସ୍ୱଚ୍ଛ, ସୁରକ୍ଷିତ ଓ ସୁସ୍ଥ ପରିବେଶ ନିଶ୍ଚିତ କରିବାକୁ ସେ ପରାମର୍ଶ ଦେଇଥିଲେ।
ଡାକ୍ତର ଓ ଚିକିତ୍ସାଳୟ କର୍ମଚାରୀଙ୍କ ସହ ଆଲୋଚନା କରି ଜିଲ୍ଲାପାଳ ରୋଗୀସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ କହିଥିଲେ। ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ଓ ଦାୟିତ୍ୱବାନ ଆଚରଣ, ସମୟୋଚିତ ଚିକିତ୍ସା ଏବଂ ଆବଶ୍ୟକ ପରାମର୍ଶ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।