37
ବୋଡ଼େନ -୨୬/୨ (ଜଗତରାମ ଦଣ୍ଡସେନା ) ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବଗବହାଲ ଗ୍ରାମର ଦଶାନନ ହଂସ ଏକ ଡ୍ରାଇଭର ଭାବେ କୁଟୁମ୍ବ ଚଳାଉଥିଲେ, ହେଲେ କେନ୍ସର ରୋଗରେ ପଡି ତାଙ୍କ ଦଶ ଦିନ ତଳେ ମୃତ୍ୟୁ ହୋଇଯାଇ ଆଜି ଦଶାହ କାର୍ଯ୍ୟ ସମ୍ପନ୍ନ ହୋଇଛି । ଏଇ ଅବସର ରେ ଡ୍ରାଇଭର ମହାସଂଘ ବୋଡେ଼ନ ଓ ନୂଆପଡା ତରଫରୁ ତିରିଶ ହଜାର ଟଙ୍କାର ଏକ ଚେକ ଆର୍ଥିକ ସହଯୋଗ ରୂପେ ବିଧବା ପତ୍ନୀ ଧାନମତି ହଂସ ଙ୍କୁ ପ୍ରଦାନ କରାଯାଇଛି ।
ତାଙ୍କ ୨ଟି ସନ୍ତାନ ସ୍କୁଲ ରେ ପଢୁଛନ୍ତି, ଏଣୁ ତାଙ୍କୁ ସରକାରୀ ସହାୟତା ମିଳୁ ବୋଳି ଦଶାନନ ର ଭାଇ ପରମେଶ୍ୱର ହଂସ ଦାବିରଖିଛନ୍ତି । ଚେକ ପ୍ରଦାନ ସମୟରେ ପୁରନ୍ଦର ବାଗ ସଂଘର ସମ୍ପାଦକ୍, ଜିତେନ୍ଦ୍ର ପାତ୍ର ସହ ସମ୍ପlଦକ,ଲକ୍ଷ୍ମୀ ନାଗ,କନ୍ଦର୍ପହଂସ ପ୍ରମୁଖ ଉପସ୍ଥିତ ଥଲେ । ଏଣୁ ବିଭାଗୀୟ କର୍ତ୍ତୃ ପକ୍ଷ ଏଥିପ୍ରତି ସଦୟ ଦୃଷ୍ଟି ଦେବକୁ ସାଧାରଣ ରେ ଦୃଢ଼ ଦାବୀ ହେଉଛି ।