Home ରାଜ୍ୟନୂଆପଡ଼ାରେ ଡିଡିସି ଓ ଡିଏଲଆରସି ବୈଠକ : ଋଣ ପ୍ରଦାନ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ର ପ୍ରଗତି ସମୀକ୍ଷା, ଶଶୀଭୂଷଣ ପାଣିଗ୍ରାହୀଙ୍କୁ ‘ବ୍ୟାଙ୍କ ପରମ ମିତ୍ର’ ପୁରସ୍କାର।

ନୂଆପଡ଼ାରେ ଡିଡିସି ଓ ଡିଏଲଆରସି ବୈଠକ : ଋଣ ପ୍ରଦାନ ଓ ଆର୍ଥିକ ଅନ୍ତର୍ଭୁକ୍ତୀକରଣ ର ପ୍ରଗତି ସମୀକ୍ଷା, ଶଶୀଭୂଷଣ ପାଣିଗ୍ରାହୀଙ୍କୁ ‘ବ୍ୟାଙ୍କ ପରମ ମିତ୍ର’ ପୁରସ୍କାର।

by Maraguda Express
0 comments
ନୂଆପଡ଼ା -୨୫/୬ – ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ଉନ୍ନୟନ ସମନ୍ୱୟ କମିଟି (ଡିଡିସି) ଏବଂ ଜିଲ୍ଲା ସ୍ତରୀୟ ପରାମର୍ଶଦାତା ସମିତି (ଡିଏଲଆରସି) ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ବ୍ୟାଙ୍କିଙ୍ଗ ସେବାର ବିସ୍ତାର ଏବଂ ସରକାରୀ ଋଣ ଯୋଜନାର ସଫଳ ରୂପାୟନ ନେଇ ବୈଠକରେ ବିସ୍ତୃତ ସମୀକ୍ଷା କରାଯାଇଥିଲା।
ବୈଠକ ଆରମ୍ଭରେ ଏଲଡିଏମ୍ ହରିଶଙ୍କର ନିଆଲ ସମସ୍ତ ଅତିଥି ଓ ଅଧିକାରୀମାନଙ୍କୁ ସ୍ୱାଗତ ଜଣାଇ ବୈଠକର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବାର୍ଷିକ ଋଣ ଯୋଜନାର ଲକ୍ଷ୍ୟ ପୂରଣ, ଉଦ୍ୟାନ କୃଷି, ପ୍ରାଣୀ ସମ୍ପଦ ବିକାଶ, ମତ୍ସ୍ୟ ଚାଷ ଏବଂ ଅନ୍ୟାନ୍ୟ ଉତ୍ପାଦନମୂଳକ କ୍ଷେତ୍ରରେ ଋଣ ପ୍ରଦାନ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ବ୍ୟାଙ୍କ ସଂଯୋଗ ଉପରେ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା କରାଯାଇଥିଲା।
ଜିଲ୍ଲାପାଳ ଶ୍ରୀ ଦାଶ ବ୍ୟାଙ୍କ ଏବଂ ବିଭିନ୍ନ ସରକାରୀ ବିଭାଗ ମଧ୍ୟରେ ସୁଦୃଢ଼ ସମନ୍ୱୟ ରକ୍ଷା କରି ଯୋଗ୍ୟ ହିତାଧିକାରୀଙ୍କୁ ସମୟୋପଯୋଗୀ ଋଣ ସହାୟତା ଯୋଗାଇବା ସହିତ ସରକାରୀ ଆର୍ଥିକ ଯୋଜନାଗୁଡ଼ିକର ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କୁ ଆହ୍ୱାନ କରିଥିଲେ।
ଏହି ଅବସରରେ ସ୍ୱୟଂ ସହାୟକ ଗୋଷ୍ଠୀ ଆର୍ଥିକ ସହାୟତା, କୃଷି ଋଣ ଏବଂ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମଏସଏମଇ) କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଭିନ୍ନ ବ୍ୟାଙ୍କ ଓ ସଂସ୍ଥାଗୁଡ଼ିକୁ ବାର୍ଷିକ ପୁରସ୍କାର ପ୍ରଦାନ କରାଯାଇଥିଲା।
ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ସମ୍ମାନିତ ହୋଇଥିବାବେଳେ, ଏସବିଆଇ ଏଡିବି ନୂଆପଡ଼ା ଶ୍ରେଷ୍ଠ ଶାଖା ଭାବେ ପୁରସ୍କୃତ ହୋଇଥିଲା। ପିଏମ୍ ସ୍ୱନିଧି ଯୋଜନା ଅଧୀନରେ ୨୩୮ଟି ଋଣ ମଞ୍ଜୁର କରିଥିବାରୁ ଏସବିଆଇକୁ ଏମଏସଏମଇ ବର୍ଗରେ ବିଶେଷ ସଫଳତା ପୁରସ୍କାର ପ୍ରଦାନ କରାଯାଇଥିଲା।
କିଷାନ କ୍ରେଡିଟ୍ କାର୍ଡ (କେସିସି) ଯୋଜନା ଅଧୀନରେ ୧୮୦ କୋଟି ଟଙ୍କାର ଋଣ ମଞ୍ଜୁର କରିଥିବାରୁ ଭବାନୀପାଟଣା ସେଣ୍ଟ୍ରାଲ କୋ-ଅପରେଟିଭ ବ୍ୟାଙ୍କ (ବିସିସିବି) ଲିମିଟେଡକୁ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ବ୍ୟାଙ୍କ ଭାବେ ସମ୍ମାନିତ କରାଯାଇଥିଲା। ଏମକେୟୁୱାଇ ଋଣ ମଞ୍ଜୁର କ୍ଷେତ୍ରରେ ମଧ୍ୟ ଏସବିଆଇ ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା।
ସହରାଞ୍ଚଳ ଯୋଜନା ଅଧୀନରେ ଏନୟୁଏଲଏମ ଏବଂ ପିଏମ୍ ସ୍ୱନିଧି ଯୋଜନାରେ କ୍ରମାଗତ ସଫଳତା ପାଇଁ ଖରିଆର ରୋଡ଼ ଏନଏସିକୁ ସମ୍ମାନିତ କରାଯାଇଥିଲା। ସେହିପରି ଏନୟୁଏଲଏମ ଯୋଜନାରେ ନୂଆପଡ଼ା ଏନଏସି ଏବଂ ପିଏମ୍ ସ୍ୱନିଧି ଯୋଜନାରେ ଖରିଆର ଏନଏସି ଜିଲ୍ଲା ସ୍ତରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୁରସ୍କୃତ ହୋଇଥିଲେ।
ଏହି ଅବସରରେ ଶଶୀଭୂଷଣ ପାଣିଗ୍ରାହୀଙ୍କୁ ‘ବ୍ୟାଙ୍କ ପରମ ମିତ୍ର’ ଏବଂ ଏସବିଆଇର ଆଞ୍ଚଳିକ ପରିଚାଳକଙ୍କୁ ‘ବ୍ୟାଙ୍କର ଅଫ ଦି ଇୟର’ ସମ୍ମାନ ପ୍ରଦାନ କରାଯାଇଥିଲା।
ବୈଠକରେ ଜିଲ୍ଲା ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଲମ୍ବୋଦର ଧରୁଆ, ଆରବିଆଇ ଭୁବନେଶ୍ୱରର ଏଲଡିଓ ରାଜେଶ କୁଣ୍ଡା, ଏସବିଆଇ ଆରବିଓ ବଲାଙ୍ଗିରର ଆଞ୍ଚଳିକ ପରିଚାଳକ ସାଇକୃଷ୍ଣ ପଟ୍ଟନାୟକ, ନାବାର୍ଡର ଡିଡିଏମ୍ ଏସ୍‌. ମାଝୀ, ଆରସେଟି ନିର୍ଦ୍ଦେଶକ ଜେ. ସାହୁଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ଓ ବ୍ୟାଙ୍କରମାନେ ଉପସ୍ଥିତ ଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha