Home ରାଜ୍ୟନୂଆପଡ଼ାରେ ‘ବିକଶିତ ଭାରତ ଯୁବ ସଂବାଦ – Know Your Vote’ କାର୍ଯ୍ୟକ୍ରମ : ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମତଦାନ ସଚେତନତାର ଶପଥ ନେଲେ ଯୁବକ-ଯୁବତୀ।

ନୂଆପଡ଼ାରେ ‘ବିକଶିତ ଭାରତ ଯୁବ ସଂବାଦ – Know Your Vote’ କାର୍ଯ୍ୟକ୍ରମ : ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ମତଦାନ ସଚେତନତାର ଶପଥ ନେଲେ ଯୁବକ-ଯୁବତୀ।

by Maraguda Express
0 comments
ନୂଆପଡ଼ା -୦୧/୧୧- ଗଣତନ୍ତ୍ରର ସୁଦୃଢ଼ୀକରଣ ଏବଂ ଯୁବପିଢ଼ିଙ୍କୁ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବା ଲକ୍ଷ୍ୟରେ ନୂଆପଡ଼ା ଠାରେ ‘ବିକଶିତ ଭାରତ ଯୁବ ସଂବାଦ – Know Your Vote’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନସ୍ଥ MY Bharat ପକ୍ଷରୁ ନୂଆପଡ଼ାସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସଚେତନତାମୂଳକ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଶତାଧିକ ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ଉତ୍ସାହର ସହ ଯୋଗଦେଇ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ସହ ଦାୟିତ୍ୱପୂର୍ଣ୍ଣ ନାଗରିକ ଭାବେ ନିଜର କର୍ତ୍ତବ୍ୟ ପାଳନ କରିବାକୁ ସଂକଳ୍ପ ନେଇଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼ାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ  ରାମକାନ୍ତ ବିଶ୍ୱସ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଡଃ ପ୍ରଜ୍ଞା ପରମିତା ବିଶ୍ୱାଳ, ୟୁଥ୍ କୋଡ଼ିନେଟର ଅଙ୍କିତ ଶର୍ମା ଓ  ଯୁବ ଆଇକନ୍ ସୁଶ୍ରୀ ଦେବାଶ୍ରୀ ଯୋଶୀ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ରହି ଯୁବପିଢ଼ିଙ୍କୁ ମାର୍ଗଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଯୁବପିଢ଼ିଙ୍କ ମଧ୍ୟରେ ମତଦାନର ଗୁରୁତ୍ୱ, ନିର୍ବାଚନ ପ୍ରକ୍ରିୟା, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଦାୟିତ୍ୱପୂର୍ଣ୍ଣ ନାଗରିକ ଅଂଶଗ୍ରହଣ ସମ୍ପର୍କରେ ସଚେତନତା ବୃଦ୍ଧି କରିବା। ଏଥିସହ ଗଣତନ୍ତ୍ରରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା, ନିର୍ଭୀକ ଓ ବିବେକପୂର୍ଣ୍ଣ ମତଦାନ ସହ ମିଥ୍ୟା ଓ ଭ୍ରମାତ୍ମକ ସୂଚନାର ପ୍ରସାର ପ୍ରତି ସତର୍କ ରହିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ନିଜ ଅଭିଭାଷଣରେ ପ୍ରଧାନଶିକ୍ଷୟିତ୍ରୀ ଡଃ ପ୍ରଜ୍ଞା ପରମିତା ବିଶ୍ୱାଳ ଗଣତନ୍ତ୍ରର ମର୍ଯ୍ୟାଦା ଓ ମୂଳ ଆଦର୍ଶ ସମ୍ପର୍କରେ ମତବ୍ୟକ୍ତ କରି କହିଥିଲେ, “ଭିଡ଼ତନ୍ତ୍ର ନୁହେଁ, ଗଣତନ୍ତ୍ର ଦରକାର – #NoToMobocracyYesToDemocracy।” ତାଙ୍କର ଏହି ବାର୍ତ୍ତା ଗଣତାନ୍ତ୍ରିକ ବ୍ୟବସ୍ଥାରେ ଯୁକ୍ତି, ବିବେକ ଓ ନାଗରିକଙ୍କ ସ୍ୱାଧୀନ ମତର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା।ସେହିପରି ଯୁବ ଆଇକନ୍ ସୁଶ୍ରୀ ଦେବାଶ୍ରୀ ଯୋଶୀ ଯୁବପିଢ଼ିଙ୍କୁ ସମ୍ବୋଧିତ କରି କହିଥିଲେ ଯେ, ଯୁବସମାଜ ହେଉଛି ଭାରତୀୟ ଗଣତନ୍ତ୍ରର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱବାହୀ ଅଂଶୀଦାର। ଗଣତନ୍ତ୍ର ସମ୍ପର୍କରେ ପ୍ରଚାରିତ ଭ୍ରମାତ୍ମକ ସୂଚନାକୁ ଚିହ୍ନଟ କରି ତାହାକୁ ପ୍ରତ୍ୟାଖ୍ୟାନ କରିବା ସହ ଗଣତନ୍ତ୍ରର ଏହି ମହାପର୍ବରେ ସକ୍ରିୟ ଭାବେ ସାମିଲ ହେବା ପ୍ରତ୍ୟେକ ଯୁବକ-ଯୁବତୀଙ୍କ ନୈତିକ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ।କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ସାମୂହିକ ଭାବେ ‘ଗଣତାନ୍ତ୍ରିକ ଶପଥ’ ଗ୍ରହଣ କରିଥିଲେ। ଗଣତାନ୍ତ୍ରିକ ଆଦର୍ଶର ସୁରକ୍ଷା, ମତଦାନ ପ୍ରକ୍ରିୟାରେ ସଚେତନ ଅଂଶଗ୍ରହଣ ଏବଂ ଜଣେ ଦାୟିତ୍ୱବାନ ନାଗରିକ ଭାବେ ନିଜର କର୍ତ୍ତବ୍ୟ ନିର୍ବାହ କରିବାକୁ ସେମାନେ ଶପଥ ନେଇଥିଲେ।ଯୁବପିଢ଼ିଙ୍କ ମଧ୍ୟରେ ଗଣତାନ୍ତ୍ରିକ ଚେତନା, ମତଦାନ ସଚେତନତା ଓ ସକାରାତ୍ମକ ନାଗରିକ ଦାୟିତ୍ୱବୋଧ ସୃଷ୍ଟି କରିବା ଦିଗରେ MY Bharat କେନ୍ଦ୍ର, ନୂଆପଡ଼ାର ଏହି ପଦକ୍ଷେପ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ଭାବେ ପରିଗଣିତ ହୋଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha