Home ରାଜ୍ୟନୂଆପଡ଼ା ଉପ-ନିର୍ବାଚନ ର ସଫଳ ରୂପକାର ଙ୍କୁ ସମ୍ବର୍ଦ୍ଧନା: ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ମିଳିଲା ଜାତୀୟ ମାନ୍ୟତା ।

ନୂଆପଡ଼ା ଉପ-ନିର୍ବାଚନ ର ସଫଳ ରୂପକାର ଙ୍କୁ ସମ୍ବର୍ଦ୍ଧନା: ଜିଲ୍ଲା ପ୍ରଶାସନର କାର୍ଯ୍ୟଦକ୍ଷତାକୁ ମିଳିଲା ଜାତୀୟ ମାନ୍ୟତା ।

by Maraguda Express
0 comments

ନୂଆପଡ଼ା -୩୦/୪- ନୂଆପଡ଼ା ବିଧାନସଭା ମଣ୍ଡଳୀ-୭୧ର ଉପ-ନିର୍ବାଚନ-୨୦୨୫କୁ ସୁଚାରୁ ଓ ଶୃଙ୍ଖଳିତ ଭାବେ ସମ୍ପାଦନ କରିଥିବା କର୍ମକର୍ତ୍ତାଙ୍କୁ ଆଜି ସମ୍ମାନିତ କରାଯାଇଛି। ସ୍ଥାନୀୟ ସଦଭାବନା ସଭାଗୃହରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ନିର୍ବାଚନ ପରିଚାଳନାରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।
ଏହି ସମ୍ବର୍ଦ୍ଧନା ସଭାରେ ଉଦବୋଧନ ଦେଇ ଜିଲ୍ଲାପାଳ କହିଥିଲେ ଯେ, ଏକ ସ୍ୱଚ୍ଛ, ମୁକ୍ତ ଏବଂ ନିରପେକ୍ଷ ନିର୍ବାଚନ ପରିଚାଳନା କରିବା ପ୍ରଶାସନ ପାଇଁ ଏକ ବଡ଼ ଆହ୍ୱାନ ଥିଲା। ମାତ୍ର ସମସ୍ତ ଅଧିକାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଓ ଦଳଗତ ସମନ୍ୱୟ ଯୋଗୁଁ ନୂଆପଡ଼ା ଜିଲ୍ଲା ଆଜି ସମଗ୍ର ଦେଶରେ ଉଦାହରଣ ସୃଷ୍ଟି କରିଛି। “ପ୍ରଶାସନର ପ୍ରକୃତ ପରିଚୟ ହେଉଛି ଗତିଶୀଳତା ଓ ସମ୍ବେଦନଶୀଳତା। ଆପଣମାନଙ୍କର ଦିନରାତିର ପରିଶ୍ରମ ଯୋଗୁଁ ହିଁ ଜିଲ୍ଲା ପ୍ରଶାସନ ରାଜ୍ୟ ଓ ଜାତୀୟ ସ୍ତରରେ ଶ୍ରେଷ୍ଠ ନିର୍ବାଚନ ପୁରସ୍କାର ହାସଲ କରିପାରିଛି।” ବୋଲି ଜିଲ୍ଲାପାଳ ଶ୍ରୀଦାଶ ପ୍ରକାଶ କରିଥଲେ।
ଜାତୀୟ ସ୍ତରରେ ଗୌରବ ଅର୍ଜନ କରିଛି।
ଉଲ୍ଲେଖଯୋଗ୍ୟ ଯେ, ନିର୍ବାଚନ ପରିଚାଳନାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ନୂଆପଡ଼ା ଜିଲ୍ଲା ପ୍ରଶାସନକୁ ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ଦ୍ୱାରା ଜାତୀୟ ସ୍ତରରେ ସମ୍ମାନିତ କରାଯାଇଛି। ଏଥିସହ ରାଜ୍ୟ ସ୍ତରରେ ମଧ୍ୟ ଜିଲ୍ଲାକୁ ବିଶେଷ ସ୍ୱୀକୃତି ମିଳିଛି, ଯାହା ସମଗ୍ର ଜିଲ୍ଲା ପାଇଁ ଏକ ଗୌରବର ବିଷୟ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ
ସୁବାଷ ଚନ୍ଦ୍ର ରଇତ ଅତିରିକ୍ତ ଜିଲ୍ଲାପାଳ,
ସୁର୍ମି ସୋରେନ ଉପ-ଜିଲ୍ଲାପାଳ,
କ୍ଷମନିଧି ଭୋଇ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ (ଜିଲ୍ଲା ପରିଷଦ),
ଏସ୍‌.କେ. ନସିମ ଡେପୁଟି ଜିଲ୍ଲାପାଳ (ନିର୍ବାଚନ) ପ୍ରମୁଖ ଉପସ୍ଥିତ ଥିଲେ।
ଆଗାମୀ ଦିନରେ ମଧ୍ୟ ସରକାରୀ ଦାୟିତ୍ୱ ନିର୍ବାହ କରିବା ସମୟରେ ଏଭଳି ଉତ୍ସାହ, ନୈତିକତା ଓ କର୍ତ୍ତବ୍ୟନିଷ୍ଠା ବଜାୟ ରଖିବାକୁ ଜିଲ୍ଲାପାଳ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ। ଏହି ସମ୍ବର୍ଦ୍ଧନା ଉତ୍ସବ କର୍ମଚାରୀଙ୍କ ମଧ୍ୟରେ ନୂତନ ଉନ୍ମାଦନା ଭରିଦେଇଛି।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Edtior's Picks

Latest Articles

All Right Reserved. Designed and Developed by Web Odisha