Home ରାଜ୍ୟନୂଆପଡ଼ାରେ ଯାଦବ ସମାଜ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ।

ନୂଆପଡ଼ାରେ ଯାଦବ ସମାଜ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଳିତ।

"ଭକ୍ତିମୟ ପରିବେଶରେ ଦହିହାଣ୍ଡି ଭଙ୍ଗା; ବିଭିନ୍ନ କ୍ଷେତ୍ରର ପ୍ରତିଭାଙ୍କୁ ସମ୍ବର୍ଦ୍ଧନା।"

by Maraguda Express
0 comments
ନୂଆପଡ଼ା-୦୬/୦୯- ନୂଆପଡ଼ା ଜିଲ୍ଲା ମୁଖ୍ୟାଳୟରେ ଯାଦବ ସମାଜ ପକ୍ଷରୁ ପବିତ୍ର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ଉତ୍ସାହ, ଭକ୍ତି ଓ ଆଡ଼ମ୍ବରପୂର୍ଣ୍ଣ ପରିବେଶରେ ପାଳିତ ହୋଇଯାଇଛି। ସମାଜର ସଭାପତି ମହେଶ ନିଆଲଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଥିଲା।କାର୍ଯ୍ୟକ୍ରମର ପ୍ରଥମ ଦିନରେ ବିଧିବିଧାନ ଅନୁଯାୟୀ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ପାଳନ କରାଯାଇଥିବାବେଳେ ଦ୍ୱିତୀୟ ଦିନ ସକାଳେ ନନ୍ଦୋତ୍ସବ ସହ ପାରମ୍ପରିକ ଦହିହାଣ୍ଡି ଭଙ୍ଗା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଧାର୍ମିକ ରୀତିନୀତି ଅନୁଯାୟୀ ଲାଲକୃଷ୍ଣ ରାଉତ ସପତ୍ନୀକ କର୍ତ୍ତା ଭାବେ ଦାୟିତ୍ୱ ତୁଲାଇଥିଲେ।ଏହି ଅବସରରେ ଯାଦବ ସମାଜ ପକ୍ଷରୁ ବିଭିନ୍ନ କ୍ଷେତ୍ରରେ ନୂଆପଡ଼ା ଜିଲ୍ଲାର ଗୌରବ ବଢ଼ାଇଥିବା ପ୍ରତିଭା ଓ ବ୍ୟକ୍ତିତ୍ୱଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ସମ୍ବର୍ଦ୍ଧିତ ବ୍ୟକ୍ତିମାନଙ୍କ ମଧ୍ୟରେ ଡେପୁଟି କଲେକ୍ଟର ସୁପ୍ରିୟା ପ୍ରିୟଦର୍ଶିନୀ ଥପା, ସମାଜସେବୀ ତଥା କ୍ରୀଡ଼ାବିତ୍ ତରୁଲତା, ଜାତୀୟ ସ୍ତରର ମାରାଥନ ଧାବକ ଦିନେଶ ରାଉତ, ରାଜ୍ୟ କବାଡ଼ି ଦଳର ଅଧିନାୟକ ଭୂପେନ୍ଦ୍ର ରାଉତ, ଜିଲ୍ଲାର ପ୍ରଥମ ମହିଳା ଫରେଷ୍ଟର ଜ୍ୟୋତ୍ସ୍ନା ଛତର ଏବଂ କନିଷ୍ଠ ବ୍ୟାଡମିଣ୍ଟନ ଖେଳାଳି ସାଇ ଆଦିତ୍ୟ ପ୍ରୀତମ ବାଗ ପ୍ରମୁଖ ରହିଥିଲେ।ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପରେ ଆୟୋଜିତ ହୋଇଥିଲା ଏକ ବିଶାଳ ଶୋଭାଯାତ୍ରା। ଶ୍ରୀକୃଷ୍ଣଙ୍କ ଜୟଧ୍ୱନି ଓ ଭକ୍ତିମୟ ପରିବେଶ ମଧ୍ୟରେ ଶୋଭାଯାତ୍ରା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଥିଲା। ଏଥିରେ ଯାଦବ ସମାଜର ହଜାର ହଜାର ମହିଳା ଓ ପୁରୁଷ ସାମିଲ ହୋଇ ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲେ।କାର୍ଯ୍ୟକ୍ରମରେ ଜିଲ୍ଲା ଯାଦବ ସମାଜ ସଭାପତି ଭରତଲାଲ ରାଉତ, ରାଜ୍ୟ ସମ୍ପାଦକ ତ୍ରିଲୋଚନ ନାଗ, ରାମଲାଲ ହଂସ, କୃଷ୍ଣଚନ୍ଦ୍ର ଖରସେଲ, ଯଦୁ ସଲମା, ଲିଙ୍ଗରାଜ ଘିଭେଲା, ପ୍ରଦୀପ ରାଉତ ଅମିୟ ଦାସ, ଅଶ୍ୱିନୀ ବାଗ, ଘନଶ୍ୟାମ ଭୋଇ, ମୋହନ ବାଗ, କିଶୋର ପରିଡ଼ା, ଡମ୍ବରୁ ବାଗ ଓ ଧନୀ ନାଗଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ସଫଳ ପରିଚାଳନାରେ ସକ୍ରିୟ ସହଯୋଗ କରିଥିଲେ।ଧାର୍ମିକ ଆସ୍ଥା, ସାମାଜିକ ଏକତା ଓ ଯୁବ ପ୍ରତିଭାଙ୍କୁ ପ୍ରୋତ୍ସାହନର ଏହି ଆୟୋଜନ ନୂଆପଡ଼ାରେ ଯାଦବ ସମାଜର ଭାଇଚାରା ଓ ସାଂସ୍କୃତିକ ପରମ୍ପରାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha