50
Table of Contents
ନୂଆପଡ଼ା ୨୫/୦୮-ନିଜସ୍ୱ ରାଜସ୍ୱ (Own Source Revenue–OSR) ସଂଗ୍ରହରେ ଉଲ୍ଲେଖନୀୟ ବୃଦ୍ଧି ପାଇଁ ନୂଆପଡ଼ା ଏନ୍ଏସିକୁ ‘ବେଷ୍ଟ ପରଫର୍ମିଂ ଅର୍ବାନ୍ ଲୋକାଲ୍ ବଡି (ULB)’ ପୁରସ୍କାର ପାଇଁ ଚୟନ କରାଯାଇଛି। ଏଥିପାଇଁ ନୂଆପଡ଼ା ଏନ୍ଏସିକୁ ୨ କୋଟି ଟଙ୍କାର ପୁରସ୍କାର ମିଳିବ।ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ପତ୍ର ଅନୁସାରେ, ‘Growth in Collection of OSR’ ବର୍ଗରେ ନୂଆପଡ଼ା ଏନ୍ଏସି ସମେତ ରାଜ୍ୟର ୧୫ଟି ସହରାଞ୍ଚଳ ସଂସ୍ଥାକୁ ଶ୍ରେଷ୍ଠ ପ୍ରଦର୍ଶନକାରୀ ୟୁଏଲ୍ବି ଭାବେ ଚୟନ କରାଯାଇଛି। ଏହା ମଧ୍ୟରେ ନୂଆପଡ଼ା ଏନ୍ଏସିକୁ ୨ କୋଟି ଟଙ୍କାର ପୁରସ୍କାର ପାଇଁ ମନୋନୀତ କରାଯାଇଛି।