16
ନୂଆପଡ଼ା -୨୪/୬ ନୂଆପଡ଼ା ଜିଲ୍ଲାରେ ନାର୍କୋ ସମନ୍ୱୟ କେନ୍ଦ୍ର ବ୍ୟବସ୍ଥା ଅଧୀନରେ ଜିଲ୍ଲାସ୍ତରୀୟ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲା ମୁଖ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ଜିଲ୍ଲାରୁ ନିଶା କାରବାରର ସଂପୂର୍ଣ୍ଣ ନିପାତ ଏବଂ ମାଦକଦ୍ରବ୍ୟର ବ୍ୟବହାର ରୋକିବା ନେଇ ବ୍ୟାପକ ଆଲୋଚନା କରାଯାଇଛି।

