173
ନୂଆପଡ଼ା -୧୮/୦୭- ନୂଆପଡ଼ା ଜିଲ୍ଲାର ସିନାପାଲି ଥାନାରେ ନୂତନ ଥାନାଧିକାରୀ ଭାବେ ମହେଶ୍ୱର ପାଣିଗ୍ରାହୀ ଯୋଗଦାନ କରିବା ପରେ ତାଙ୍କୁ ଉଦନ୍ତୀ ୟୁଥ କ୍ଲବ ପକ୍ଷରୁ ଆନ୍ତରିକ ସ୍ୱାଗତ ଓ ଶୁଭେଚ୍ଛା ଜଣାଯାଇଛି। କ୍ଲବର ସଭାପତି ପ୍ରଭାତ କୁମାର ମେହେର ଓ ସମ୍ପାଦକ ବେଣୁଧର ମେହେରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ନବନିଯୁକ୍ତ ଥାନାଧିକାରୀଙ୍କୁ ଉପଢୌକନ ପ୍ରଦାନ କରି ସଫଳ କାର୍ଯ୍ୟକାଳ ପାଇଁ ଶୁଭକାମନା ଜଣାଇଥିଲେ।
ଏହି ଅବସରରେ ପ୍ରତିନିଧି ଦଳ ସିନାପାଲି ଅଞ୍ଚଳରେ ଆଇନଶୃଙ୍ଖଳାକୁ ଆହୁରି ସୁଦୃଢ଼ କରିବା, ବଢ଼ୁଥିବା ସଡ଼କ ଦୁର୍ଘଟଣା ଉପରେ କଡ଼ା ନଜର ରଖିବା, ବେଆଇନ ମଦ କାରବାରକୁ ରୋକିବା ସହ ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ାର ବିକାଶ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ନୂତନ ଥାନାଧିକାରୀ ମଧ୍ୟ ଜନସାଧାରଣଙ୍କ ସହଯୋଗରେ ଶାନ୍ତି, ସୁରକ୍ଷା ଓ ସୁଶାସନ ବଜାୟ ରଖିବାକୁ ପ୍ରାଥମିକତା ଦେବେ ବୋଲି ଆଶା ପ୍ରକାଶ କରାଯାଇଥିଲା।ଏହି ସ୍ୱାଗତ କାର୍ଯ୍ୟକ୍ରମରେ କ୍ଲବର ସହ-ସମ୍ପାଦକ ଓମପ୍ରକାଶ ମେହେର, କୋଷାଧ୍ୟକ୍ଷ ଭୀଷ୍ମରାଜ ମେହେର, ବରିଷ୍ଠ ସଦସ୍ୟ ଜତୀନ୍ଦ୍ର ମେହେର, ଜିତେନ ମେହେର, ହେମସାଗର, ଦୀପକ, ସୁନୀଲ, ହେମନ୍ତ ଓ ରାଜ ମେହେରଙ୍କ ସମେତ କ୍ଲବର ଅନେକ ସଦସ୍ୟ ଉପସ୍ଥିତ ଥିଲେ। ଏହି ସାକ୍ଷାତକାର ମାଧ୍ୟମରେ ପୋଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ସମନ୍ୱୟ ଆହୁରି ମଜବୁତ ହେବ ବୋଲି ସମସ୍ତେ ଆଶା ବ୍ୟକ୍ତ କରିଥିଲେ।