31
ନୂଆପଡ଼ା -୦୩/୦୭- ନୂଆପଡ଼ା ଜିଲ୍ଲାରେ ରବି ଫସଲ ଚାଷ କରିଥିବା ଚାଷୀଙ୍କ ଧାନ ବିକ୍ରି ନହେବା କାରଣରୁ ଜଣେ ଚାଷୀ ଆତ୍ମହତ୍ୟା କରିବା ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ଦୁଃଖଦ ଘଟଣା ଚାଷୀ କୂଳକୁ ସ୍ତବ୍ଧ କରିଦେଇଥିବା ବେଳେ ଏହାକୁ ନେଇ ସାରା ରାଜ୍ୟରେ ତୀବ୍ର ଚର୍ଚ୍ଚା ପ୍ରକାଶ ପାଇଛି। ଚାଷୀଙ୍କ ସମସ୍ୟା ଓ ଏହି ଆତ୍ମହତ୍ୟା ପ୍ରସଙ୍ଗ ପ୍ରତ୍ୟେକ ନାଗରିକଙ୍କୁ ବ୍ୟାକୁଳ କରିଥିବା ବେଳେ ବିରୋଧୀ ଦଳଗୁଡ଼ିକ ଏହି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ସରକାରଙ୍କ ଉପରେ କ୍ଷୋଭ ପ୍ରକାଶ କରିବା ସହ ଘେରିବା ଆରମ୍ଭ କରିଛନ୍ତି।