Home ରାଜ୍ୟପାହାଡ଼ ଚଢ଼ି ଦୁର୍ଗମ କପରଗଡ଼ରେ ପହଞ୍ଚିଲେ ଖଡ଼ିଆଳ ବିଧାୟକ: ପିଲାଙ୍କ ପାଠପଢ଼ା ପାଇଁ ନିଜ ପକେଟରୁ ଦେବେ ଖର୍ଚ୍ଚ, ଘୋଷଣା କଲେ ବଡ଼ ପ୍ୟାକେଜ୍।

ପାହାଡ଼ ଚଢ଼ି ଦୁର୍ଗମ କପରଗଡ଼ରେ ପହଞ୍ଚିଲେ ଖଡ଼ିଆଳ ବିଧାୟକ: ପିଲାଙ୍କ ପାଠପଢ଼ା ପାଇଁ ନିଜ ପକେଟରୁ ଦେବେ ଖର୍ଚ୍ଚ, ଘୋଷଣା କଲେ ବଡ଼ ପ୍ୟାକେଜ୍।

by Maraguda Express
0 comments
ନୂଆପଡ଼ା -୩୧/୦୮- ସ୍ୱାଧୀନତାର ଦୀର୍ଘ ବର୍ଷ ପରେ ବି ଯେଉଁଠି ପହଞ୍ଚିପାରିନି ମୌଳିକ ସୁବିଧା, ସେହି ଅପହଞ୍ଚ ଇଲାକାରେ ପହଞ୍ଚି ଲୋକଙ୍କ ଦୁଃଖ ବୁଝିଛନ୍ତି ଜନପ୍ରତିନିଧି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ କିରିକିଟା ପଞ୍ଚାୟତର ଜଙ୍ଗଲ ଓ ପାହାଡ଼ ଘେରା ଦୁର୍ଗମ ଗ୍ରାମ ‘କପରଗଡ଼’ରେ ପହଞ୍ଚିଛନ୍ତି ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ। ଆଦିବାସୀ କଲ୍ୟାଣ ମହାସଂଘର ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସେ ପ୍ରାୟ ୪ କିଲୋମିଟର ପାହାଡ଼ିଆ ରାସ୍ତା ପାଦରେ ଚାଲି ଚାଲି ଗ୍ରାମବାସୀଙ୍କ ନିକଟରେ ପହଞ୍ଚିଥିଲେ।
​ମାତ୍ର ୧୮ଟି ପରିବାର (୧୬ଟି ଆଦିବାସୀ ଓ ୨ଟି ଓବିସି) ତଥା ୮୦ ଜଣ ଜନସଂଖ୍ୟା ବିଶିଷ୍ଟ ଏହି ଗାଁରେ ୧୮ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଗମନାଗମନ ପାଇଁ ରାସ୍ତାଟିଏ ନଥିବାରୁ ଗ୍ରାମବାସୀ ଦୁର୍ବିସହ ଜୀବନ ବିତାଉଥିବା ଦେଖି ବିଧାୟକ ଶ୍ରୀ ପାଣିଗ୍ରାହୀ ତୁରନ୍ତ କେତେକ ବଡ଼ ଘୋଷଣା କରିଛନ୍ତି:
​🔷 ରାସ୍ତା ସଂଯୋଗୀକରଣ: ଗ୍ରାମକୁ ରାସ୍ତା ନିର୍ମାଣ ପାଇଁ ବନ ବିଭାଗ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ଗ୍ରହଣ।
​🔷 ଆଲୋକୀକରଣ: ଗ୍ରାମର ପ୍ରତ୍ୟେକ ଘରେ ମାଗଣା ସୋଲାର ଲାଇଟ୍ ସଂଯୋଗ।
​🔷 ଶିକ୍ଷା ସୁବିଧା: ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବା ପାଇଁ ନିୟୋଜିତ ହେବାକୁ ଥିବା ୨ ଜଣ ମହିଳାଙ୍କୁ ବିଧାୟକ ନିଜ ପକେଟରୁ ମାସିକ ୨,୦୦୦ ଲେଖାଏଁ ଭତ୍ତା ପ୍ରଦାନ କରିବେ। ଏହା ସହିତ ସମସ୍ତ ପିଲାଙ୍କୁ ମାଗଣା ବହି ଓ ପୋଷାକ ଯୋଗାଇ ଦିଆଯିବ।
🔷 ​କମ୍ୟୁନିଟି ହଲ୍: ବିଧାୟକ ପାଣ୍ଠିରୁ ୫ ଲକ୍ଷ ବ୍ୟୟରେ ଏକ କମ୍ୟୁନିଟି ହଲ୍ ନିର୍ମାଣ ହେବ, ଯେଉଁଠି ପିଲାମାନେ ଅସ୍ଥାୟୀ ଭାବେ ପାଠ ପଢ଼ିପାରିବେ।
​ଏହି ଗସ୍ତ ସମୟରେ ଖଡ଼ିଆଳ ଜଙ୍ଗଲ ବିଭାଗ ଏସିଏଫ୍ ପ୍ରସନ୍ନଜିତ ନାଏକ, ବିଡିଓ ମିଲନ କୁମାର ଝାଙ୍କର, ବିଧାୟକ ପ୍ରତିନିଧି ଅକ୍ଷୟ ନନ୍ଦ, ଆଦିବାସୀ ନେତା ତଥା ଜିଲ୍ଲା କଂଗ୍ରେସ ସଭାପତି ଘାସିରାମ ମାଝି, ସୋମନାଥ ଖମାରି, ଅବସରପ୍ରାପ୍ତ ଏସିଏଫ୍ ଜୟରାମ ଶବର,  ବିଜେଡି ନେତା ମନୋଜ ଶୁନାନୀ, ପ୍ରଦୀପ ଧୂଣ୍ଡିଆ, ସାନ ଜଗତ, ଟିଟୁ ପାଣ୍ଡେ, ସୁବାଷ ବଘେଲ ପ୍ରମୁଖ ଉପସ୍ଥିତ ଥିଲେ। ବିଧାୟକଙ୍କ ଏହି ପଦକ୍ଷେପକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯିବା ସହ କପରଗଡ଼ର ସାମଗ୍ରିକ ବିକାଶ ପାଇଁ ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।
​

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha