24

ନୂଆପଡା – ୧୮/୬- “ଆମେ ବିକାଶ କରିଛୁ, ସେଥି ପାଇଁ ଜନତା ଙ୍କ ପାଖ କୁ ଯିବାର ସାହସ ରଖିଛୁ। ଲୋକଙ୍କୁ ଆମ କାର୍ଯ୍ୟର ହିସାବ ଦେଉଛୁ ଏବଂ ସେମାନଙ୍କ ଆଶୀର୍ବାଦ ମଧ୍ୟ ଗ୍ରହଣ କରୁଛୁ।” ଏଭଳି ଦୃଢ଼ ମତ ପ୍ରକାଶ କରିଛନ୍ତି ଖରିଆର ରୋଡ ଏନ୍ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ।
ଗତ ବୁଧବାର ୱାର୍ଡ ନଂ–୧୨ ରେ ଆୟୋଜିତ ଜନସମ୍ପର୍କ ଅଭିଯାନ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମରେ ୱାର୍ଡବାସୀଙ୍କ ସହ ଆତ୍ମୀୟ ଆଲୋଚନା କରିବା ସହ ଗତ ଚାରି ବର୍ଷ ର ବିକାଶମୂଳକ କାର୍ଯ୍ୟର ହିସାବ ଉପସ୍ଥାପନ କରାଯାଇଥିଲା।
