41
ନୂଆପଡ଼ା- ୧୬/୨ (ମାରାଗୁଡ଼ା ଏକ୍ସପ୍ରେସ) ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ହାତୀବନ୍ଧା ଭଗବତୀ ମହିଳା ଆଶ୍ରମ ସ୍ଥିତ ମହା ମୄତ୍ଯୁଞ୍ଜୟ ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି । ଏ ଅବସରରେ ଯଜ୍ଞ ଓ ପ୍ରବଚନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇ ଥିବା ବେଳେ ବ୍ୟାସ ମଞ୍ଚର ଅତିଥି ଭାବରେ ତପେଶ୍ୱର ମେହେର, କେଶବ ମେହେର, ମନୋଜ ଭୋଇ, କିଶୋର ଧୀବର, ଜନ୍ମେଜୟ ମେହେର, ସୁଧନ୍ୟ ଧୀବର,ସରୋଜ ସିଂହ ନିନା, ଚନ୍ଦ୍ର କୁମାର ଧୀବର ଯୋଗଦେଇ ଥିଲେ । ସେହିପରି ଯଜ୍ଞର କର୍ତ୍ତା ଭାବରେ ଉମେଶ ମେହେର ଓ ଲବିସ୍ମିତା ମେହେର, ବିଜୟ ମେହେର ଓ ରାକ୍ଷୀ ମେହେର, ଡମ୍ବରୁଧର ମେହେର ଓ ଜାହ୍ନବୀ ମେହେର,ମଣ୍ଟୁ ମେହେର ଓ ସସ୍ମିତା ମେହେର, ଦେବାଶିଷ ହଂସ ଓ ବନିତା ହଂସ ଦାୟିତ୍ବ ନିର୍ବାହ କରିଥିଲେ ।ଏହି ଅବସରରେ ଆଶ୍ରମ ଅନ୍ତେବାସୀ କ୍ଷିରମତି ମେହେର, ଜୟନ୍ତି ମେହେର, ଗାୟତ୍ରୀ ସାହୁ, ମମତା ମେହେର, ତିଳୋତ୍ତମା ମେହେର, ବିଦ୍ୟାଧାରି ମେହେର, ହେମ ଲତା ଭୋଇ ଉପସ୍ଥିତ ଥିଲେ ।
ପୂଜକ ଭାବରେ ଭବାନୀ ଶଙ୍କର କଟା, ତପନ କାଣ୍ଡ, ବୃନ୍ଦାବନ କାଣ୍ଡ ରହିଥିଲେ । କାର୍ଯ୍ଯକ୍ରମ ଆୟୋଜନରେ ଲୋଚନ ମେହେର, ଲକ୍ଷ୍ମୀ ଧର ମେହେର, ଗୁଣ ନିଧି ବେହେରା, ଗୋକୁଲା ନନ୍ଦ ମେହେର, ସୁବାସ ଅଗ୍ରୱାଲ, ମୃତ୍ୟୁଞ୍ଜୟ ଅଗ୍ରୱାଲ, ଗରୁଡ଼ ଧ୍ଵଜ ବେହେରା , ସୁବାଷ ଚନ୍ଦ୍ର ମେହେର, ଜନ୍ମେଜୟ ମେହେର, ଶୋଭାଧର କଟା, ମନିରାମ ମେହେର, ଗିରିଧାରୀ ମେହେର, ରିଧି ଅଗ୍ରୱାଲ, ନିରୁପମା ବାରିକ, ଜିଡୁ ନାଗ ପ୍ରମୁଖ ସହଯୋଗ କରିଥିଲେ ।