42

ନୂଆପଡ଼ା -୧୭/୩- ନୂଆପଡ଼ା ଇନଡୋର ଷ୍ଟାଡିୟମରେ ନୂଆପଡ଼ା ପୋଲିସ ପକ୍ଷରୁ ‘ଆନାପାନ’ ଆଧାରିତ ଧ୍ୟାନ ଓ ମାନସିକ ଏକାଗ୍ରତା କାର୍ଯ୍ୟକ୍ରମ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ, ଏସଡିପିଓ ଖିରେଶ୍ୱର ସାହୁ, ଶ୍ରୀମତୀ ମର୍ଶି ରାଣୀ ପୂର୍ତ୍ତି, ସ୍ୱାଧୀନ ମିଶ୍ର, ଉପେନ୍ଦ୍ର ପ୍ରଧାନ, ନୂଆପଡା ଆଇଆଇସି ଗଙ୍ଗାଧର ମେହେର, ଜିଲ୍ଲା କ୍ରୀଡା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଢେଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡା ଓ ଜିଲ୍ଲା ଆରକ୍ଷୀ ବାହିନୀର ଶତାଧିକ ଯବାନ, ବିଭିନ୍ନ ବିଭାଗର ଅଧିକାରୀ ଓ ନାଗରିକମାନେ ଯୋଗ ଦେଇଥିଲେ।ଯୋଗ ଗୁରୁ ଭାନୂଜୀ ମେହେଟା (ରାଜକୋଟ) ଏବଂ ଧମ୍ମ ଉତ୍କଳ ବିପଶ୍ୟନା କେନ୍ଦ୍ର, ଚନାବେଡ଼ାର ନିର୍ଦ୍ଦେଶିକା ରାଜେଶ୍ୱରୀଙ୍କ ତତ୍ତ୍ୱାବଧାନରେ ସମସ୍ତଙ୍କୁ ବିପଶ୍ୟନା ଧ୍ୟାନ ସାଧନାର ଅଭ୍ୟାସ କରାଯାଇଥିଲା।
