Home ରାଜ୍ୟଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଗଠନ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଗଠନ ପକ୍ଷରୁ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ।

by Maraguda Express
0 comments
ନୂଆପଡ଼ା -୧୯/୭- ନୂଆପଡ଼ା ବ୍ଲକ୍ ଶାରୀରିକ ଶିକ୍ଷା ଶିକ୍ଷକ ସଙ୍ଗଠନ ପକ୍ଷରୁ ଏକ ଭାବପୂର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା ସଭା ସ୍ଥାନୀୟ ଅଞ୍ଚଳରେ ସାଙ୍ଗଠନିକ ଶୈଳୀରେ ଅନୁଷ୍ଠିତ ହୋଇଯାଇଛି। ଉପରୋକ୍ତ ସଭାରେ ସଙ୍ଗଠନର ନୂତନ ସଭାପତି ବିଦ୍ୟାଧର ମାଝୀ ଅଧ୍ୟକ୍ଷତା କରିଥିଲେ।
ଏହି ସମାରୋହରେ ନିକଟରେ ଅବସର ଗ୍ରହଣ କରିଥିବା ପରକୋଡ ପବ୍ଲିକ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ଜଗତ ରାମ ଦେୱାଙ୍ଗନ୍ ଏବଂ କେନ୍ଦୁବାହାରା ସରକାରୀ ଉଚ୍ଚ ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷୟତ୍ରୀ ଗୋଦାବରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ବିରେଶ ସାହୁ, ଅର୍ଜୁନ ମାଝୀ, ରେଖ ରାମ ଦଣ୍ଡସେନା, ରାତି ରାମ ରଣା ଏବଂ ପମ୍ପୁ ଲାଲ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ।
ସଙ୍ଗଠନର ସମ୍ପାଦକ ମହତାବ ଆଡଜୁଆଡ ଆଗତ ସମସ୍ତ ଅତିଥିଙ୍କୁ ଆଦରର ସହ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ପ୍ରକଟ କରିଥିଲେ।
ନୂତନ ଶିକ୍ଷକଙ୍କୁ ସ୍ୱାଗତ । କୂଳିଆବନ୍ଧା ଜନବମଙ୍ଗଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଶାରୀରିକ ଶିକ୍ଷା ଶିକ୍ଷକ ଚତୁର୍ଭୁଜ ଶବର ଙ୍କୁ ତାଙ୍କ ଗୁରୁ (କଣା ଭୟେଁରା ଉଚ୍ଚ ବିଦ୍ୟାଳୟର ଶିକ୍ଷକ) କୁଞ୍ଜ ବିହାରୀ ନାଏକ ଏକ ହ୍ୱୀସିଲ୍ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ପରମ୍ପରା ଅନୁଯାୟୀ ସ୍ୱାଗତ କରିଥିଲେ। ଭାବ ପୁର୍ଣ୍ଣ ବିଦାୟ ସମ୍ବର୍ଦ୍ଧନା –
ଅବସର ଗ୍ରହଣ କରିଥିବା ଦୁଇ ଶିକ୍ଷାବିତ୍ ଜଗତ ରାମ ଦେୱାଙ୍ଗନ୍ ଓ ଗୋଦାବରୀ ରାଉତରାୟଙ୍କୁ ସଙ୍ଗଠନ ପକ୍ଷରୁ ସ୍ମୃତି ଫଳକ, ଉପଢୌକନ, ବ୍ୟାଗ୍ ଏବଂ ଛତା ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। “ଶିକ୍ଷକଙ୍କ ଅବସର କେବଳ ଚାକିରିରୁ ହୋଇଥାଏ, କିନ୍ତୁ ସମାଜ ଗଠନରେ ସେମାନଙ୍କର ଅବଦାନ ଅତୁଳନୀୟ ଓ ଚିରସ୍ମରଣୀୟ।” – ସଙ୍ଗଠନ କର୍ମକର୍ତ୍ତା।
ଏହି ସମଗ୍ର କାର୍ଯ୍ୟକ୍ରମ କୁ ରୋହିତ କୁମାର ନାଗ ଏବଂ ପ୍ରେମ ଚାନ୍ଦ ସାହୁ ଅତି ସୁନ୍ଦର ଭାବେ ମଞ୍ଚ ପରିଚାଳନା କରିଥିବା ବେଳେ ମଦନ ଦଣ୍ଡସେନା ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ କରିବାରେ ଶାରୀରିକ ଶିକ୍ଷା ଶିକ୍ଷକ ରାକେଶ ପଟେଲ, ରାମେଶ୍ବର ପ୍ରଧାନ, ଭରତ ପ୍ରଧାନ ଏବଂ ଅରବିନ୍ଦ ଠାକୁର ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

You may also like

Leave a Comment

Maraguda Express is a dynamic and reliable digital news platform committed to delivering fast, accurate, and unbiased news to the people. Rooted in journalistic integrity, Maraguda Express covers a wide range of topics including breaking news, politics, current affairs, development, culture, and regional issues, with a special focus on the voice of local communities

Useful Links

Edtior's Picks

Latest Articles

All Right Reserved. Designed and Developed by Web Odisha