186
ନୂଆପଡ଼ା -୫/୭- ବର୍ଷା ଋତୁ ଆସିଲେ ବଦଳେନି ଲଖନା ଅଞ୍ଚଳବାସୀଙ୍କ ଭାଗ୍ୟ। ସମସ୍ୟା ଯେମିତି କୁ ସେମିତି। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ୍ ଅନ୍ତର୍ଗତ ଲଖନା ରେଳୱେ ଅଣ୍ଡର ବ୍ରିଜ ରେ ଏବେ ବର୍ଷା ଜଳ ଜମି ରହିବା ଫଳରେ ସ୍ଥାନୀୟ ଜନସାଧାରଣ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି। ଗତ ଦୁଇ ଦିନର ଲଗାଣ ବର୍ଷା ଯୋଗୁଁ ଅଣ୍ଡର ବ୍ରିଜ୍ରେ ପ୍ରାୟ ୩ ରୁ ୪ ଫୁଟ୍ ପର୍ଯ୍ୟନ୍ତ ପାଣି ଜମି ରହିଛି, ଯାହାଦ୍ୱାରା ଏହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି।

