47
ନୂଆପଡ଼ା -୧୯/୫ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (ଏସଆଇଆର)-୨୦୨୬ ନେଇ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧିମାନଙ୍କସହ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ବୈଠକରେ ଭୋଟର ତାଲିକାର ସଠିକତା ପାଇଁ ୩ ଦିନ ମଧ୍ୟରେ ପ୍ରତି ବୁଥ୍ ପାଇଁ ‘ବୁଥ୍ ଲେଭେଲ ଏଜେଣ୍ଟ’ ନିଯୁକ୍ତ କରିବାକୁ ରାଜନୈତିକ ଦଳଗୁଡ଼ି କୁ ନିର୍ଦ୍ଦେଶ ଦିଆଯାଇଛି।
ବିଏଲ୍ଏମାନେ ବିଏଲ୍ଓ ମାନଙ୍କ ସହ ମିଶି ନାମ ସଂଶୋଧନ, ଯୋଡ଼ିବା ଓ ବାଦ୍ ଦେବା କାର୍ଯ୍ୟରେ ସହଯୋଗ କରିବେ। ଭୋଟର ତାଲିକା ସଂଶୋଧନର ଯୋଗ୍ୟତା ତାରିଖ ୧ ଜୁଲାଇ ୨୦୨୬ ରଖାଯାଇଛି। ମେ ୩୦ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଘରକୁ ଘର ଯାଇ ଯାଞ୍ଚ କରାଯିବ। ଏ ସମ୍ପର୍କ ରେ ଆସନ୍ତା ୦୫ ଜୁଲାଇରେ ଖସଡା ଭୋଟର ତାଲିକା ପ୍ରକାଶ ପାଇବ ଏବଂ ୦୬ ସେପ୍ଟେମ୍ବର ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ।ଏହି ବୈଠକରେ ଡେପୁଟୀ ଜିଲ୍ଲାପାଳ (ନିର୍ବାଚନ) ଏସ୍.କେ. ନସିମ, ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତ, ଉପ-ଜିଲ୍ଲାପାଳ ସୂର୍ମୀ ସୋରେନ ଓ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନେ ଉପସ୍ଥିତ ଥିଲେ।