58
ନୂଆପଡ଼ା- ୨୦/୬-ଚାଷୀ ଭାଇଭଉଣୀଙ୍କ ଆର୍ଥିକ ସଶକ୍ତିକରଣ କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୩ ତମ କିସ୍ତି ବଣ୍ଟନ ଅବସରରେ ଆଜି ନୂଆପଡ଼ା ଜିଲ୍ଲାର ସିଲଦାସ୍ଥିତ ଜିଲ୍ଲା ପଞ୍ଚାୟତ ସମ୍ବଳ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ‘ପିଏମ୍-କିଷାନ ଉତ୍ସବ ଦିବସ’ ବେଶ୍ ଆଡମ୍ବର ସହକାରେ ପାଳିତ ହୋଇଯାଇଛି।
ଜିଲ୍ଲାସ୍ତରୀୟ ଏହି ଭବ୍ୟ କାର୍ଯ୍ୟକ୍ରମରେ ଅନେକ ପ୍ରଶାସନିକ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ ସେ ମଧ୍ୟ ରୁ ଲମ୍ବୋଦର ଧରୁଆ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ,ପ୍ରେମ ଅଗ୍ରୱାଲ ମାନ୍ୟବର ସାଂସଦଙ୍କ ପ୍ରତିନିଧି, ଡ଼. ଲବ ସୋରେନ ବରିଷ୍ଠ ବୈଜ୍ଞାନିକ, କୃଷି ବିଜ୍ଞାନ କେନ୍ଦ୍ର ତଥା ପ୍ରଣତି ରାଣୀ ପ୍ରଧାନ ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । “ପିଏମ୍-କିଷାନ ଯୋଜନା କୃଷକମାନ ଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସମଗ୍ର କୃଷି କ୍ଷେତ୍ରର ଉନ୍ନୟନ ଦିଗରେ ଏକ ଐତିହାସିକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି।” ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥଲେ।